ଅଜଣା ରୋଗରେ ପୀଡିତ ଥିବା ଗରିବ ରୋଗୀଙ୍କୁ ସାହାଯ୍ୟ …

ଫୁଲବାଣୀ : ଗରିବ ରୋଗୀଙ୍କୁ ସାହାଯ୍ୟର ହାତ ବଢାଇଲେ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ । ତୁମୁଡିବନ୍ଧ , ଦୀର୍ଘଦିନ ଧରି ଅଜଣା ରୋଗରେ ପୀଡିତ ଥିଲେ ତୁମୁଡିବନ୍ଧ ବ୍ଲକ ମାଲିପଡା ଗ୍ରାମର କାନ୍ଦୁଲ ବଡ଼ସେଠ । ରୋଗ ଭଲ କରିବା ପାଇଁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ରାଜାଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଚିକିତ୍ସିତ ହୋଇଥିଲେ । ଏଥି ପାଇଁ ତାଙ୍କୁ ନିଜ ଜୀବନର ସମସ୍ତ ପୁଞ୍ଜି ଖର୍ଚ୍ଚ କରିବା ପାଇଁ ପଡିଥିଲା । କିନ୍ତୁ ସ୍ୟାସ୍ଥ୍ୟର କୌଣସି ଉନ୍ନତି ଘଟିନଥିଲା । ଗୋଟିଏ ପରେ ଗୋଟିଏ ସ୍ୟାସ୍ଥ୍ୟ କେନ୍ଦ୍ରକୁ ବୁଲିବୁଲି ଚିକିଛିତ ହୋଇ ସର୍ବହରା ହେଲେ କାନ୍ଦୁଲ ବଡ଼ସେଠ । ଆର୍ଥକ ଅନଟନରେ ପଡି ଶେଷରେ ଘରେ ହିଁ ରୋଗ ଶଯ୍ୟାରେ ପଡି ରହିଥିଲେ । କିଛିଦିନ ତଳେ ନିଜ ଧର୍ମପତ୍ନୀ ଙ୍କ ରୋଗ ରେ ମୃତ୍ୟୁ ବରଣ ହୋଇଥିଲା । ଏହା ପରେ କୁଲି କାମ କରି ପରିବାର ପେଟ ପୋଷଣ କରୁଥିଲେ କାନ୍ଦୁଲ । ତେବେ କୌଣସି ମତେ ତୁମୁଡିବନ୍ଧ ସାଂସଦ ପ୍ରତିନିଧି ଶ୍ରୀ ପ୍ରମୋଦ କୁମାର ସାହୁ ଙ୍କୁ ଦୃଷ୍ଟି ଗୋଚର କରିଥିଲେ ପରିବାର ଲୋକେ । ଶ୍ରୀ ସାହୁ କାଳବିଲମ୍ବ ନକରି ବାଲିଗୁଡା ସ୍ୟାସ୍ଥ୍ୟ କେନ୍ଦ୍ର ରେ ବିନା ଶୁଳ୍କରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଥିବା ଟୁନା ଦାଶ ଙ୍କୁ ଅବଗତ କରାଇଥିଲେ ।ଶ୍ରୀ ସାହୁ ଏବଂ ଟୁନା ଦାଶ ଙ୍କ ମିଳିତ ଉଦ୍ୟମରେ ଏହି ଗରିବ ରୋଗୀଙ୍କ ବଞ୍ଚିବାର ଆଶା ଉଦୟ ହେଲା ।ମାଲିପଡା ଗ୍ରାମରୁ ଆମୁଲାନ୍ସ ଯୋଗେ ସୁଦୂର ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲକୁ ଚିକିତ୍ସିତ ହେବା ପାଇଁ ପଠାଇ ଦିଆଗଲା ଦୀର୍ଘଦିନ ଧରି ରୋଗରେ ପଡିଥିବା କାନ୍ଦୁଲ ବଡ଼ସେଠଙ୍କୁ । ଏଥିପାଇଁ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବା ସହ କିଭଳି ଉନତ ସ୍ୟାସ୍ଥ୍ୟ ସେବା ମିଳିବସେ ନେଇ ସମସ୍ତ ଉଦ୍ୟମ କରାଯାଇଛି ବୋଲି କହିଛନ୍ତି ଶ୍ରୀ ପ୍ରମୋଦ କୁମାର ସାହୁ ।

nis-ad
Leave A Reply

Your email address will not be published.