ନିଜ ମାଙ୍କୁ ଅନ୍ୟ ତିନିଜଣଙ୍କ ସହଯୋଗରେ ପିଟି ପିଟି ମାରିଦେଲା ଜନ୍ମକଲା ପୁଅ

ଦାରିଙ୍ଗବାଡ଼ି,୧୬/୪ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମର କାଜୁରୀ ପାଙ୍ଗା ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ମା ଙ୍କୁ ଅନ୍ୟ ତିନିଜଣ ଙ୍କ ସହଯୋଗରେ ପିଟି ପିଟି ହତ୍ୟା କରିଛି ଜନ୍ମ କଲା ପୁଅ । ଗତ କାଲି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ । ସୂଚନା ପ୍ରକାରେ ନିଜ ପୁଅ ସୁନାମ ପରିଛା ଓ ବହୁ ଲିନା ପରିଛାଙ୍କ କିଛି ବର୍ଷ ପୂର୍ବରୁ ଯାଆଁଳା କନ୍ୟା ସନ୍ତାନ ଜନ୍ମ ହୋଇଥିଲେ । ପିଲା ଦୁହିଁଙ୍କୁ ପାଳିବାରେ ଅସୁବିଧା ହେବା ଯୋଗୁଁ ଏକ କନ୍ୟା ସନ୍ତାନ ଙ୍କୁ ନିଜ ବାପା ଲକପାତି ପରିଛା ଓ ମା ପୁଷ୍ପାଞ୍ଜଳି ଙ୍କ ପାଖରେ ଛାଡ଼ି ଦେଇଥିଲେ ଓ ଅନ୍ୟ କନ୍ୟା ସନ୍ତାନ ନିଯେ ପାଳିଥିଲେ । ଏହି କିଛି ଦିନ ପୂର୍ବେ ପୁଷ୍ପାଞ୍ଜଳିଙ୍କ ମା ଙ୍କ ମୃତ୍ୟୁ ହୋଇଥିଲା ଏଣୁ ଗତକାଲି ମାଙ୍କ ଶୁଦ୍ଧ କ୍ରିୟା କାର୍ଯ୍ୟରେ ଯୋଗ ଦେବାକୁ ସ୍ୱାମୀ ଲକପତି, ସ୍ତ୍ରୀ ପୁଷ୍ପାଞ୍ଜଳି ଓ ନାତୁଣୀ ତିନି ଜଣ ପାଙ୍ଗଲି ଗ୍ରାମକୁ ଯାଇଥିଲେ । ଗତ କାଲି ସନ୍ଧ୍ୟା ପ୍ରାୟ ସାତ ଘଣ୍ଟିକା ସମୟରେ ପୁଅ ସୁନାମ ବହୁ ଲିନା ସହିତ ତାଙ୍କ ସହଯୋଗୀ ଅନିଲ ମନ୍ତ୍ରୀ , ଚନ୍ଦ୍ରମା ମନ୍ତ୍ରୀ ଓ ରନି ମନ୍ତ୍ରୀ ପହଁଛି ସୁନାମ ର ଝିଅ ତଥା ପୁଷ୍ପାଞ୍ଜଳି ଙ୍କ ନାତୁଣୀ ଙ୍କୁ ଜୋର ଜବରଦସ୍ତ ନେବା ପାଇଁ ପ୍ରୟାସ କରିଥିଲେ। ହେଲେ ଛୁଆଟି ଜେଜେମା ଙ୍କୁ ଛାଡ଼ି ଯିବାକୁ ରାଜି ହୋଇନଥିବା ହେତୁ ବାପା ସୁନାମ ଝିଅଙ୍କୁ ଏକ ଚାପୁଡ଼ା ମଧ୍ୟ ମାରିଥିଲେ ଏହି ଘଟଣା କୁ ଜେଜେମା ପୁଷ୍ପାଞ୍ଜଳି ବିରୋଧ କରିବାରୁ ପୁଅ ବହୁ ମା ଙ୍କୁ ଘୋଷାରି ଦାଣ୍ଡ କୁ ଆଣି ଅନ୍ୟ ତିନି ଜଣ ଙ୍କ ସହଯୋଗରେ ମରଣାନ୍ତକ ଭାବେ ବାଡ଼ାଇଥିଲେ। ପରେ ନିଜ ଅତ୍ମୀୟ ଙ୍କ ସହାୟତା ରେ ପୁଷ୍ପାଞ୍ଜଳି ଙ୍କୁ ଗୁରୁତ୍ୱର ଅବସ୍ଥାରେ ଦାରିଙ୍ଗବାଡିର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣା କୁ ନେଇ ଦାରିଙ୍ଗବାଡିର ଥାନାରେ ୬୬/୨୦୨୩ ମୋକଦମା ରୁଜୁକରି ଅଭିଯୁକ୍ତ ସୁନାମ ଙ୍କ ସହିତ ଅନ୍ୟ ମାନଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ କୈସିକ ମାଝୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.