ଗୋଟିଏ ସ୍ଥାନରେ ଏକକାଳୀନ ୩ ଟି ମୋଟରସାଇକେଲ ଦୁର୍ଘଟଣା ଘଟି ୫ ଜଣ ଆହତ

ଭଞ୍ଜନଗର : ଗୋଟିଏ ସ୍ଥାନରେ ଏକକାଳୀନ ୩ ଟି ମୋଟରସାଇକେଲ ଦୁର୍ଘଟଣା ଘଟି ୫ ଜଣ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୁମୁସର ନୂଆଗାଁ ନିକଟ ବଡନଦୀ ସେତୁ ଉପରେ ଘଟିଛି ଏଭଳି ଘଟଣା । ଉଭୟ ଭଂଜନଗର ଏବଂ ବେଲଗୁଣ୍ଠା ପଟୁ ଆସୁଥିବା ବାଇକ୍ ଏବଂ ବୁଲେଟ ମଧ୍ୟରେ ପ୍ରଥମେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଦୁର୍ଘଟଣା ସ୍ଥଳରେ ପୁଣି ଏକ ସ୍କୁଟି ଆସି ଉଭୟ ବାଇକ୍ ଏବଂ ବୁଲେଟ ସହ ଧକ୍କା ହୋଇଥିଲା ।

ଏଥିରେ ସମସ୍ତ ୫ ଜଣ ଆରୋହୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଥିରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବେଲଗୁଣ୍ଠା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.