ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ

ଗଂଜାମ: ବାଇକ୍ ରେ ଆସି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ବଦାଙ୍ଗି ଗାଁର ବିଲେଇସାହିରେ ଘଟିଛି ଏଭଳି ଘଟଣା । ଆହତ ଯୁବକ ଜଣକ ସନ୍ତୋଷ କୁମାର ବେହେରା । ଆକ୍ରମଣ ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତା ରହିଥିବା ସନ୍ଦେହ କରିଛି ପୋଲିସ ।

ଯୁବକଙ୍କର ମୁଣ୍ଡ , ହାତ ଏବଂ ଦେହରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁଇ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ଘଟଣାର ତଦନ୍ତ ଚଳାଇଛି ତାରାସିଙ୍ଗି ଥାନା ପୋଲିସ ।

nis-ad
Leave A Reply

Your email address will not be published.