ପତ୍ର ଏବଂ କରପତ୍ର ମାଧ୍ୟମରେ ଦଣ୍ଡୁଆମାନଙ୍କୁ ସଚେତନ କରାଇଲା ଜାଗରଣ ମଂଚ…

ଫୁଲବାଣୀ : ଗତ କିଛିଦିନ ହେଲା ଫୁଲବାଣୀ ସହରରେ ଦଣ୍ଡନାଚ ସଂପ୍ରଦାୟ ସହରବାସୀଙ୍କ ମନୋରଞ୍ଜନ ତଥା ମାନସିକ ପୁରଣ ସକାସେ ଦଣ୍ଡନାଚ ପରିବେଶଣ କରିଚାଲିଛନ୍ତି । ଗତ ତା.୨୧/୦୨/୨୨- ୨୦ ୨୩ ରିଖରେ କନ୍ଧମାଳ ଜାଗରଣ ମଂଚ ଆୟୋଜନରେ ବୌଦ୍ଧ, ଦଶପଲ୍ଲା, କନ୍ଧମାଳର ଦଣ୍ଡୁଆ ଭାଇମାନେ ଏକତ୍ରିତ ହୋଇ ଦୁଇଦିନିଆ ଚିନ୍ତନ ଶିବିର ରେ ଭାଗ ନେଇଥିଲେ । ଏହି ଚିନ୍ତନ ଶିବିରରେ ଦଣ୍ଡୁଆମାନଙ୍କର ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ସହିତ ଅଶ୍ଳୀଳ ତଥା ଦ୍ବି ଅର୍ଥ ବୋଧକ ଗୀତ ବଜାଇ ନାଚ ନ କରିବା ପାଇଁ ଦଣ୍ଡୁଆମାନେ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦେଖାଯାଉଛି କେତେକ ଦଣ୍ଡୁଆଭାଇ ଏହିପରି କାର୍ଯ୍ୟକ୍ରମ ସଚେତନତା ରୁ ମୁକ୍ତ ହୋଇପାରି ନାହାନ୍ତି, ତେଣୁ ଆଉଥରେ କନ୍ଧମାଳ ଜାଗରଣ ମଂଚ ସଭାପତି ଶେଶଦେବ ଜାନୀଙ୍କ ନେତୃତ୍ବରେ ଦଣ୍ଡ ଯାତ୍ରାର ଅଧିକାରୀ ଏବଂ ଦଣ୍ଡୁଆ ମାନଙ୍କୁ ପତ୍ର ଏବଂ କରପତ୍ର ମାଧ୍ୟମରେ ସଚେତନ କରାଯାଉଛି । ଜାଗରଣ ମଂଚର ନାରାୟଣ ସାହୁ, ନିରଞ୍ଜନ ସାହୁ, ବଂଶୀଧର ପଣ୍ଡା ଦଣ୍ଡନାଚରେ ଅଶ୍ଳୀଳ ଅଙ୍ଗଭଙ୍ଗିରେ ନାଚ, ଦୁଇଅର୍ଥ ଥିବା ଗୀତ ବଜାଇ ନାଚ ଫଳରେ ସମାଜ ଉପରେ କିପରି ଖରାପ ପ୍ରଭାବ ପଡୁଛି ତାହା ଦଣ୍ଡୁଆ ମାନଙ୍କ ସହ ଆଲୋଚନା କରି ବୁଝାଇଛନ୍ତି । ବିକାଶ କୁମାର ମହାନ୍ତି, ଭି.ସୁବ୍ରମନ୍ୟମ ଦାସ, ରମେଶ ଚନ୍ଦ୍ର ମହାନ୍ତି ଧ୍ବନି ବର୍ଦ୍ଧିତ ଯନ୍ତ୍ରର ଧ୍ଵନୀ ଯଥା ସମ୍ଭବ କମ୍ କରିବା ପାଇଁ ଆଲୋଚନା କରିଛନ୍ତି । ମଂଚର ଉପଦେଷ୍ଟା ନବୀନ କିଶୋର ପଣ୍ଡା, ସନ୍ତୋଷ ପଣ୍ଡା, ବ୍ରଜ କିଶୋର ପଟ୍ଟନାୟକ ଓଡ଼ିଶା ସରକାରଙ୍କ ତା.୦୬,୦୩, ୨୦୨୩ ରିଖ ଚିଠି ନଂ.୧୯୭୨ ରେ ଅଶ୍ଳୀଳ ଗୀତ, ଅଶ୍ଳୀଳ ସଂଳାପ, ଅଶ୍ଳୀଳ ଅଙ୍ଗଭଙ୍ଗି କରି ନାଚ ନ କରିବା ପାଇଁ ଯେଉଁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି ଏବଂ ଆଇନଗତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧ୍ୟକ୍ଷକଙ୍କୁ ଆଦେଶ କରିଛନ୍ତି ତାହାର ଆଇନଗତ ଦିଗକୁ ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ସରକାରଙ୍କର ଏହି ଯୁଗାନ୍ତକାରୀ ପଦକ୍ଷେପକୁ କନ୍ଧମାଳ ଜାଗରଣ ମଂଚର ଦଶପଲ୍ଲା, ବୌଦ୍ଧ ଏବଂ କନ୍ଧମାଳର ଆବାହକ ପରେଶ ମହାପାତ୍ର ସ୍ଵାଗତ କରିବା ସହ ସରକାର ସଂସ୍କୃତି, ପରମ୍ପରା ରକ୍ଷା ଦିଗରେ ଅଧିକ ଯତ୍ନବାନ ହେବା ପାଇଁ ଆହ୍ବାନ କରିଛନ୍ତି । ଏହି ଦଣ୍ଡନାଚ ସଂସ୍କାର କାର୍ଯ୍ୟକ୍ରମରେ ମଂଚର ନିରଞ୍ଜନ ପଣ୍ଡା, କାହ୍ନୁ ସେଠୀ, ସରୋଜ ବେହେରା ଏବଂ ନବ କିଶୋର ରଥ, ସତ୍ୟ ପ୍ରିୟ ମହାନ୍ତି, ମୋହନ ପ୍ରଧାନ, ଅଶୋକ ପାଳ, ଶ୍ରୀରାଜ କିଶୋର ପାଢ଼ୀ, ରବିଚନ୍ଦ୍ର ଲହରିଆ ସହଯୋଗ କରିଛନ୍ତି l

nis-ad
Leave A Reply

Your email address will not be published.