ବ୍ରହ୍ମପୁର ମହାନଗର ନିଗମର ସମସ୍ତ ଜଳାଶୟ ଗୁଡିକ ମିଶନ ଶକ୍ତି ସହଭାଗିତାରେ ହେବ ରୂପାନ୍ତରୀକରଣ…

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ସମସ୍ତ ଜଳାଶୟ ଗୁଡିକ ମିଶନ ଶକ୍ତି ସହଭାଗୀତାରେ ହେବ ରୂପାନ୍ତରିକରଣ, ଏନେଇ ଦକ୍ଷତା ବୃଦ୍ଧି କର୍ମଶାଳା ଟାଉନ ହଲ ଠାରେ ଆୟୋଜିତ ହୋଇଯାଇଛି।

ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ଯୋଗଦେଇ ଆଗାମୀ ଦିନରେ ମହାନଗର ନିଗମର ରହିଥିବା ୪୮” ଗୋଟି ପୋଖରୀ ଗୁଡିକର ପୁନଃ ଉଦ୍ଧାର କରାଯିବା ନେଇ କହିଥିଲେ। ଏହା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହେବ। ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ମହାନଗର ନିଗମରେ ରହିଥିବା ବେଢା ବନ୍ଧ, ଆଗୁଲା ବନ୍ଧ, ଆଇନା ବନ୍ଧ, ଓ ହରିଦାଖଣ୍ଡି ବନ୍ଧ ର ରୂପାଣ୍ଟିକରଣ ହେବ।ଏଥିରେ ୮୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ମିଶନ ଶକ୍ତି ମାଧ୍ୟମରେ ନିୟୋଜିତ ରହିବେ। ପୋଖରୀ ଗୁଡିକରୁ ଦଳ ସଫେଇ, ଜଳ ବିଶୁଦ୍ଧ କରଣ, ସହିତ ପାରିପାର୍ଶ୍ବିକ ର ସୌନ୍ଦର୍ଯ୍ୟ କରଣ ହେବ ବୋଲି ସୂଚନା ଦେଇଛନ୍ତି। ଚାରୋଟି ପୋଖରୀ ରୂପାଣ୍ଟିକରଣ ପରେ ଅନ୍ୟ ପୋଖରୀ ଗୁଡିକର ପୁନଃ ଉଦ୍ଧାର କରାଯିବ ବୋଲି ମେୟର ସୂଚନା ଦେଇଛନ୍ତି। ଏହି ଅବସରରେ ସଂମ୍ମାନୀତ ଅତିଥିଭାବେ ବିଧାୟକ ବିକ୍ରମ ପଣ୍ଡା, କମିସିନର ଜେ ସୋନାଲ, ଡେପୁଟି ମେୟର ବିବେକ ରେଡି ଅତିରିକ୍ତ କମିସିନର ରାଉତ ମଞ୍ଚାସୀନ ଥିଲେ।ଏହି ଅବସରରେ ଭୁବନେଶ୍ୱର ରୁ ଆସିଥିବା ପ୍ରଶିକ୍ଷକ ମାନେ ଏସ ହଚ ଜି ଗ୍ରୁପର ମହିଳା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

nis-ad
Leave A Reply

Your email address will not be published.