ସୁନ୍ଦରଗଡ଼ ବିଜେଡି ପ୍ରତିନିଧି ମଣ୍ଡଳୀର ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ପାଇଁ ଜିଲ୍ଲା ଅଡିଟ ଅଧିକାରୀଙ୍କ ସହ ଆଲୋଚନା…

ସୁନ୍ଦରଗଡ଼ :- ରାଉରକେଲା ମହାନଗର ନିଗମରେ ପୂର୍ବରୁ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ପାଇଁ ଆବଶ୍ୟକ ନଥିପତ୍ର ସବୁର ନିରୀକ୍ଷଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଅଡିଟ ଅଧିକାରୀଙ୍କ ପାଖକୁ ମ୍ୟୁନିସିପାଲ କର୍ପୋରେସନ କମିଶନର ଗତ ଜୁଲାଇ ୨୫ ତାରିଖ ଦିନ ଚିଠି ନମ୍ବର ୯୬୮୯ ରେ ପଠେଇଥିବା ସତ୍ତ୍ୱେ ତାହା ଆଜି ଯାଏ ନିରୀକ୍ଷଣ ହୋଇ ନ ଥିବାରୁ କର୍ମଚାରୀମାନେ ପେନସନ ନ ପାଇ ହଇରାଣ ହେଉଛନ୍ତି ।ଏ ସମ୍ପର୍କରେ ଖବର ପାଇ ରାଉରକେଲାର ବରିଷ୍ଠ ବିଜେଡି ନାରୀନେତ୍ରୀ ତଥା ରାଜ୍ୟ ମହିଳା ବିଜେଡି

ଉପସଭାପତି ମିନତୀ ଦେବତା ଏ ବିଷୟରେ ସୁନ୍ଦରଗଡ଼ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କୁ ଜଣେଇ ଚିଠିର ଏକ ନକଲ କପି ପଠେଇ ଏଥିରେ ହସ୍ତକ୍ଷେପ କରି କର୍ମଚାରୀ ମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।ସବୁବିଷୟ ଜାଣିବା ପରେ ବରିଷ୍ଠନେତା ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଜିଲ୍ଲା ଅଡିଟ ଅଧିକାରୀ ଫଣିଦ୍ର ତାଣ୍ଡିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଉକ୍ତ ଚିଠିଟି ତାଙ୍କୁ ଦେବା ସହିତ ଆଠମାସ ବିତିଯାଇଥିବା ସତ୍ୱେ ଆଜିଯାଏ କର୍ମଚାରୀ ମାନଙ୍କ ପେନସନ ଫାଇଲକୁ ଭେରିଫିକେସନ କରି କାହିଁକି ପଠେଇ ନାହାନ୍ତି ବୋଲି ପଚାରିବା ସହିତ ଶୀଘ୍ର କର୍ମଚାରୀ ମାନଙ୍କ ପେନସନ ଫାଇଲକୁ ଭେରିଫିକେସନ କରି ପଠେଇ ଦେବାକୁ ଅନୁରୋଧ କରିଥିଲେ। ଜିଲ୍ଲା ଅଡିଟ ଅଧିକାରୀ ମଧ୍ୟ୍ୟ ଏହି କାର୍ଯ୍ୟର ଗୁରୁତ୍ୱକୁ ଦେଖି ଏହି ସପ୍ତାହ ସୁଦ୍ଧା ଫାଇଲ ଗୁଡିକ ଭେରିଫିକେସନ କରି ନିଶ୍ଚୟ ପଠେଇ ଦେବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ସହିତ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, କାଉନସିଲର ଅନିଲ ମହାପାତ୍ର ଏବଂ ଯୁବ ବିଜେଡି ନେତା ଏମ.ଡି.କଲିମ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.