ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଆହତ ୨ ଗୁରୁତର

ମାଲକାନଗିରି, ୧୨।୪ : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡରିପାଣି ଗ୍ରାମ ନିକଟସ୍ତ ପୂଜାରୀମୁଣ୍ଡାରେ ଏକ କାର ଦୁର୍ଘଟଣାଗସ୍ତ ହୋଇଥିବା ବେଳେ ଏଥିରେ ୨ ଜଣ ଗୁରୁତ୍ତର ଆହତ ହୋଇଛନ୍ତି ଓ ୩ ସାମାନ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ମାଲକାନଗିରିରୁ ଜୟପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ମାଲକାନଗିରି ଅଭିମୁଖେ ଏକ ମାରୁତି ସ୍ଵିଫ୍ଟ ଗାଡି ନମ୍ବର ଓଡି ୧୦ପି ୦୭୩୦ ଦ୍ରୁତ ଗତିରେ ଆସୁଥିବା ବେଳ ପାଣ୍ଡରିପାଣି ଗ୍ରାମ ନିକଟରେ ଥିବା ପୂଜାରୀମୁଣ୍ଡାରେ ରାସ୍ତା କଡରେ ଥିବା ଏକ ଗଛ ସହ ଭାରସାମ୍ୟ ହରାଇ ପିଟି ହୋଇଥିଲା । ଫଳରେ ଗାଡିରେ ଥିବା ୫ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତ୍ତର ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଦୁଇ ଗୁରୁତ୍ତରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଯାଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.