ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ…

କଟକ: ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ହାଇକୋର୍ଟ ତାଙ୍କୁ ବେଲ୍‌ ଦେଇଛନ୍ତି । ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ନାଁରେ ଏତଲା ଦେଇଥିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ବ୍ଲାକମେଲିଂ କରି ଟଙ୍କା ମାଗୁଥିବା ନେଇ ଅଭିଯୋଗ ହୋଇଥିଲା ।

ଗତକାଲି ଅର୍ଚ୍ଚନା ନାଗ ଓ ସହଯୋଗୀ ଖଗେଶ୍ଵରଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଏଯାଏଁ କାହିଁକି ଗିରଫ କରାଯାଇନାହିଁ ବୋଲି ଅର୍ଚ୍ଚନା ପ୍ରଶ୍ନ କରିଥିଲେ ଅର୍ଚ୍ଚନା। କାଲି କୋର୍ଟରୁ ବାହାରିବାବେଳେ, ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ଶ୍ରଦ୍ଧାଞ୍ଜଳିଙ୍କ ନାମରେ ବିଷ ଓଗାଳିଥିଲେ। ସେ କହିଥିଲେ ଆମେ ଭିତରେ, ସେ ବାହାରେ। କାହିଁକି ଏଯାଏଁ ବାହାରେ ବୁଲୁଛି ଶ୍ରଦ୍ଧାଞ୍ଜଳି | କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି ବେହେରା ଅଛନ୍ତି, ଯେଉଁଥିପାଇଁ ତାକୁ ଗିରଫ କରାଯାଉନି ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଏହା ପଛରେ ଏକ ବଡ଼ ଶକ୍ତି କାମ କରୁଛି। ତାକୁ ଜାଣିଶୁଣି ଘଣ୍ଟ ଘୋଡା ଯାଉଛି। ଶ୍ରଦ୍ଧାଞ୍ଜଳିଙ୍କୁ ହନିମୁନ ପ୍ୟାକେଜରେ ପଠାଯାଇଥିଲା। ଓଲଡ଼ ଟାଉନ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସୌଭାଗ୍ୟ ମିଶ୍ର ନାମକ ଜଣେ ଲୁଗା ବ୍ୟବସାୟୀଙ୍କ ସହ ଶ୍ରଦ୍ଧାଙ୍କୁ ପଠାଇଥିଲେ।। ଶ୍ରଦ୍ଧାଞ୍ଜଳି ନାଁରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ସେଥିପାଇଁ କୋର୍ଟଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ଅର୍ଚ୍ଚନା କହିଛନ୍ତି।

nis-ad
Leave A Reply

Your email address will not be published.