ଭୁବନେଶ୍ବରରେ ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣା: ପୁଣି ୫ ଜଣ ବାଉଁସର ଗିରଫ

ଭୁବନେଶ୍ବର: ୧୦ କୋଟି ଟଙ୍କାର ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣାରେ କମିସନରେଟ୍‌ ପୁଲିସ ଆକ୍ସନ ମୋଡ଼ ଦେଖାଇଛି। ଏହି ଘଟଣାରେ ନୟାପଲ୍ଲୀ ଥାନା ପୁଲିସ ଅନ୍ୟ ୫ ଜଣ ବାଉଁସରଙ୍କୁ ଗିରଫ କରିଛି। ଅଭିଯୁକ୍ତମାନ‌େ ହେଲେ ଶିବ ପ୍ରସାଦ ବିଶୋଇ, ପ୍ରଭାତ ସାହୁ, ଲତିଫ ଖାନ, ଫିରୋଜ ଖାଁ ଓ ଏସ୍.କେ.ମୁସ୍ତାଖିମ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଘର ଖୋର୍ଦ୍ଧା ଓ ୨ ଜଣଙ୍କ ଘର ଜଟଣୀ ହୋଇଥିଲା ବେଳେ ଅନ୍ୟ ଜଣଙ୍କ ଘର ଭୁବନେଶ୍ୱରରେ। ଏହି ଘଟଣାରେ ବ୍ୟବହୃତ ୨ଟି ଜେସିବି ଜବତ ହୋଇଛି।

ପୁଲିସ କହିଛି ଯେ, ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ୩ଟି ସ୍ପେଶାଲ ଟିମ୍‌ ରାଜ୍ୟ ଓ ରାଜ୍ୟ ବାହାରେ ଚଢ଼ଉ ଚଳାଇଥିଲେ। ପୁଲିସ ପୂର୍ବରୁ ୧୨ ଜଣ ଜମି ପୋଜେସନ ମାଫିଆଙ୍କୁ ବାନ୍ଧିଥିଲା। ଏଥିରେ ୨ ଲେଡିଡ଼ନଙ୍କୁ ମଧ୍ୟ ଲକ୍ଷ୍ମୀସାଗର ଅଞ୍ଚଳରୁ ଗିରଫ କରିଥିଲା। ହୋଟେଲ୍‌ ‘ପ୍ରେସିଡେନ୍ସି’ ପଛରେ ଏକ ବିବାଦୀୟ ଜମିକୁ ପୋଜେସନ ନେଉଥିଲେ। ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ। ୨୫ ତାରିଖରେ ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା। ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପୋଜେସନ ଗ୍ୟାଙ୍ଗ। ବୁଲଡୋଜର ଲଗାଇ ଜମିରେ ଥିବା ମାର୍ବଲ ଓ ପ୍ଲାଏଉଡ଼ ଦୋକାନ ଭାଙ୍ଗିଥିଲେ ଗୁଣ୍ଡା। ମୁଖ୍ୟ ଅଭିଯୁକ୍ତ ରାଘବ ଜେନା ଏବେ ବି ଫେରାର। ସେପଟେ ଜମି ପାଇଁ ବଟି ଦେଇଥିବା ରଞ୍ଜିତ ଯାଜପୁରିଆଙ୍କ ୫ ଆକାଉଣ୍ଟକୁ ଫ୍ରିଜ କରିଛି ପୁଲିସ। ଘଟଣାରେ ବ୍ୟବହୃତ ୨ ଜେସିବି ମଧ୍ୟ ଜବତ ହୋଇଛି।

nis-ad
Leave A Reply

Your email address will not be published.