ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୪୧ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ଫେରିଲା କରୋନା । ରାଜ୍ୟରେ ପୁଣି ଥରେ ବଢିବାର ଲାଗିଲାଣି କରୋନା ସଂକ୍ରମଣ । ଇତି ମଧ୍ୟରେ ଆଜି ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ସକ୍ରିୟ ମାମଲା ୭୩୧ କୁ ବୃଦ୍ଧି ପାଇଛି।

ଆଜିଠୁ ରାଜ୍ୟରେ ଦୁଇ ଦିନିଆ ମକଡ୍ରିଲ୍ ଆରମ୍ଭ ହୋଇଛି । ଲୋକଙ୍କୁ ଅପିଲ୍ କରୁଛୁ ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରାଇ ନିଅନ୍ତୁ । ଅବେହେଳା ନ କରି ଡାକ୍ତରଙ୍କ ପରାମର୍ଶ ନେଇ ହୋମ୍ ଆଇସୋଲେସନରେ ରହିବା ସହ ଲକ୍ଷଣ ଥିବା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ ବୋଲି ଜନସ୍ବାସ୍ଥ୍ୟା ନିର୍ଦ୍ଦେଶକ କହିଛନ୍ତି ।

nis-ad
Leave A Reply

Your email address will not be published.