ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ମହାଶୟଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର, କିନ୍ତୁ ଏଠାକାର ଜନସାଧାରଣ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି | ସୂଚନା ପ୍ରକାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପୂର୍ବତନ ବିଧାୟକ ଶ୍ରୀ ଭୁଜବଳ ମାଝି ଡାବୁଗାଁ, ନିର୍ଦେଶ କ୍ରମେ ରାଇଘର ଟାଣୁୟା ନେତା ଶ୍ରୀ ସନରାଜ ଗଣ୍ଡଙ୍କ ତତ୍ତ୍ଵାବଧନରେ ଉମରକୋଟ, ରାଇଘର, ଝରୀଗାଁ, ଚନ୍ଦାହାଣ୍ଡିର ସମସ୍ତ ଦଳିଓ ନେତା ଏବଂ କର୍ମୀ ମାନଙ୍କୁ ଆହ୍ୱାନ କରି ମାଁ ପେନ୍ଡ୍ରାଣୀ ମନ୍ଦିରରୁ ସରକାରଙ୍କ ବିଭିନ୍ନ ଦୁର୍ନୀତି ମୂଳକ କାର୍ଯର ସ୍ଲୋଗାନ ଦେଇ ଏକ ପ୍ରୋସେସନ ବାହାରି ତହସିଲ ଅଫିସ ପହଂଚି ରାଜ୍ୟପାଳଙ୍କ ଉଦ୍ୟେଶରେ ତହସିଲ ଦାର ମହାଶୟଙ୍କୁ ଏକ ଦଶ ଦଫା ଦାବିପତ୍ର ପ୍ରଦାନ କରିଥିଲେ, ଏବଂ ଡାବୁଗାଁର ପୂର୍ବତନ ବିଧାୟକ ଶ୍ରୀ ଭୁଜବଳ ମାଝୀ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଅନିର୍ଦିଷ୍ଟ କାଳ ପାଇଁ ଅନଶନ କରିବା ସହିତ ରାଜରାସ୍ତା ବନ୍ଦ କରିଦିଆଯିବ | ସେଠାରୁ ବାହାରି ବିଦ୍ୟୁତ ବିଭାଗ ଅଫିସ ପହଂଚି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦେବା ସହ ଉମରକୋଟ ଟାଣୁଆ ନେତା ଶ୍ରୀ ମୁନ୍ନା ତ୍ରିପାଠୀ ସଚେତନ କରି କହିଛନ୍ତି ଗାଁ ଗାଁ ପଶି ମନ ଇଚ୍ଛା ଲୋକଙ୍କ ବିଦ୍ୟୁତ ବିଛିନ୍ନ କରିବା ବନ୍ଦ କରନ୍ତୁ, ଦିନକୁ ୫, ୬ ଥର ପାୱାର କାଟ ବନ୍ଦ କରନ୍ତୁ, ସେଠାରୁ ବାହାରି ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳକ ମହାଶୟଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ସମସ୍ତ ନେତା ଏବଂ କର୍ମୀ ଚେତାବନୀ ଦେଇ କହିଛନ୍ତି ଅତି ଶୀଘ୍ର ରକ୍ତ ଭଣ୍ଡାର କରାଯାଉ, ଏବଂ ଏଠିକାର ସମସ୍ତ ରୋଗୀଙ୍କୁ ଯତ୍ନସହକାରେ ଏଠି ଚିକତ୍ସା କରାଯାଉ ବାହାରେ ପଠା ନ ଯାଉ,ରୋଗୀଙ୍କ ସେବା ପାଇଁ ଆମେ ସବୁ କିଛି କରି ବାକୁ ରାଜି ଅଛୁ, କଂଗ୍ରେସ ଦଳର ଏହି କାର୍ଯ୍ୟକ୍ରମକୁ ସବୁ ବର୍ଗର ଲୋକ ସମର୍ଥନ କରିବା ସହିତ ଧନ୍ୟବାଦ ବାଦ ଜଣାଇଛନ୍ତି |

nis-ad
Leave A Reply

Your email address will not be published.