ମାଓ ଅଧ୍ୟୁଷିତ ଅଞ୍ଚଳରେ ପହଞ୍ଚି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲା ପରିଷଦ ସଦସ୍ୟା

ମାଲକାନଗିରି (୧୦।୪) : ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପ୍ରଥମ ଥର ପାଇଁ ମିଳିତ ଭାବେ ପାଦ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଓ ଜନପ୍ରତିନିଧି ଟିମ୍ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀ ଗାଁରେ ସ୍ବାସ୍ଥ୍ୟ ବିଭାଗର ଟିମ ସହ ଜନପ୍ରତିନିଧି ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଦୀର୍ଘ ୧୪ କିଲୋମିଟର ପାହାଡିଆ ରାସ୍ତା ଚଢି ତୁଳସୀ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ସ୍ବାସ୍ଥ୍ୟସେବା ଯୋଗାଇ ଫେରି ଆସିଛନ୍ତି । ଗାଁର ଆବାଳ ବୃଦ୍ଧ ବନିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଛି । ମାଥିଲି ସବଡିଭିଜନ ମେଡିକାଲର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ପାହାଡ ଚଢି ତୁଳସୀପୁର ଗାଁରେ ପହଞ୍ଚିଥିଲେ । ଏହି ଟିମରେ ଥିଲେ ମାଥିଲି ଜୋନ-୧ର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ଟେମୁରୁ ପାଲି ସରପଞ୍ଚଙ୍କ ସହ ଡାକ୍ତରୀ ଦଳ । ଜିଲ୍ଲାପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ଲୋକଙ୍କୁ ଭେଟି ଶୀଘ୍ର ତୁଳସୀଗାଁରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହେବା ସହ ଗ୍ରାମରେ କିପରି ବିକାଶ କାର୍ଯ୍ୟ କରାଯିବ ସେନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

nis-ad
Leave A Reply

Your email address will not be published.