ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ମାଲକାନଗିରି/ମାଥିଲି (୧୦।୪) : ମାଲକାନଗିରି ଜିଲ୍ଲାରେ ଆଜି ଭାରସାମ୍ୟ ହରାଇ ଏକ ଚାଉଳ ବୋଝେଇ ପିକପ ଗାଡି ଗଛରେ ପିଟିହୋଇ ଡ୍ରାଇଭରର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ସକାଳେ ମାଲକାନଗିରି ଜିଲ୍ଲାରୁ ଚାଉଳ ବୋଝେଇ ଓଡି ୦୭ ଏସ ୩୩୫୮ ନମ୍ବର ଏକ ପିକଅପ ଭ୍ୟାନ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗମ ମାଳିଗୁଡା ଛକ ଠାରେ ଭାରସାମ୍ୟ ହରାଇ ରାସ୍ତା କଦରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ଡ୍ରାଇଭରଙ୍କ ଘର ମାଲକାନଗିରି ଜିଲ୍ଲା ଏମଭି ୫୬ ଗ୍ରାମରେ ଓ ତାଙ୍କ ନାମ ଅସିତ କୁମାର ଗୋଲଦାର ବୋଲି ଜଣା ପଡ଼ିଛି। ଏସମ୍ପର୍କରେ ସ୍ଥାନୀୟ ଲୋକେ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ମାଲକାନଗିରି ଅଗ୍ନିଶମ ଅଧିକାରୀ କେ କେ ଗୌଡ଼ଙ୍କ ନେତୃତ୍ୱରେ ମନ ମୁଦୁଲି, ତନ୍ମୟ ସାହୁ, ଧନ ସିଂ ଭତ୍ରା, ଗୌରାଙ୍ଗ ସମରଥ, ଜଗବନ୍ଧୁ ପଡାଲ ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ଗାଡି ଭିତରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ଗ୍ୟାସ କଟର ଓ ହାଇଡ୍ରୋଲିକ ମେସିନ ସାହାଯ୍ୟରେ ତାଙ୍କ ମର ଶରୀରକୁ ଉଦ୍ଧାର କରିଥିଲେ । ତେବେ ଘଟଣା ସ୍ଥଳରେ ମାଥିଲି ଥାନା ଆଇଆଇସି ରଞ୍ଜନ କୁମାର ମାଝି ପୋଲିସ ଟିମ ସହ ପହଞ୍ଚି ମର ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ଗାଡି ଜବତ କରି ତଦନ୍ତ ଜାରି ରଖିଥିବା ଜଣା ପଡିଛି । ତେବେ ଏହି ଚାଉଳ କେଉଁଆଡେ ନିଆଯାଉଥିଲା ତାହା ମଧ୍ୟ ଅସ୍ପଷ୍ଟ ଥିବା ବେଳେ ଏହା ପିଡିଏସ ଚାଉଳ ହୋଇଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.