କୁକୁଡ଼ାଖଣ୍ଡି : କୁକୁଡାଖଣ୍ଡି ଡାକ ବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ପଟ୍ଟନାୟକ,। ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା ବେଳେ ଗତ କାଲି ଜିଲ୍ଲା କଂଗ୍ରସ କାର୍ଯ୍ୟାଳୟ, ବାପୁଜି ଆଶ୍ରମ ଠାରେ ତାକୁ କଂଗ୍ରେସ କର୍ମୀମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ ସେ ପ୍ରସିଦ୍ଧ ମାଁ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିଥିଲେ। ଆଜି
ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଯୋଗ ଦେଇଛନ୍ତି l ସରକାରୀ କଳର ଅପବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତିl ପ୍ରଶାସନିକ ଅଧିକାରୀ ମାନେ ନିରପେକ୍ଷ ରହିବା ଉଚିତ ବୋଲି କହିଛନ୍ତି।ରାଜ୍ୟରେ ଯେଉଁଭଳି ସରକାରୀ କଲକୁ ବ୍ୟବହାର କରାଯାଉଛି ଏଭଳି କାର୍ଯ୍ୟ କଳାପକୁ ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ l ଏହାର ସୁଧାର ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ବିଜୟ ପଟ୍ଟନାୟକ l ଗଞ୍ଜାମ ଜିଲ୍ଲା ରୁ ଅଧିକ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି l ଗୋପାଳପୁର ରେ ହଜାର ହଜାର ହେକ୍ଟର ଜମି ଅଧି ଗ୍ରହଣ କରି ପଡିଆ କରି ରଖିଛନ୍ତି l ଜିଲ୍ଲା ରେ ଟେକ୍ସଟଇଲସ କିମ୍ବା ଅନ୍ୟ କୌଣସି ଶିଳ୍ପ ପ୍ରତିଷ୍ଠା କରି ନିଯୁକ୍ତି ସୃଷ୍ଟି ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆସିକା ଠାରେ ଥିବା ସ୍ପିନୀଙ୍ଗ ମିଲ ବନ୍ଦ ହୋଇଗଲା. ଚିନି କାରଖାନାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏସବୁ ଉପରେ ରାଜ୍ୟ ସରକାର ଦୃଷ୍ଟି ଦେଇ ଏହାର ପୁର୍ନଉଦ୍ଦାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଚାଷୀ ,ଶିଳ୍ପ କୁ ଅଧିକା ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି। ରାଜ୍ୟ ସରକାର ନିକଟରେ ଅବସରପ୍ରାପ୍ତ ଅଧିକାରୀ ମାନଙ୍କୁ ପୁଣି ନିୟୋଜିତ କରିବାକୁ ନେଇଥିବା ନିଷ୍ପିକୁ ସହିତ କଡା ସମାଲୋଚନା କରିଛିନ୍ତି ଶ୍ରୀ ପଟ୍ଟନାୟକ। ରାଜ୍ୟରେ ବେକାରୀ ସମସ୍ୟା ଉକ୍ତଟ ରହିଥିବା ବେଳେ ଯୁବକଙ୍କୁ ଚାକିରୀ ଦେବା ପରିବର୍ତ୍ତେ ଏଭଳି ଅବସର ଗ୍ରହଣ କରିଥିବା ଅଧିକାରୀ ଙ୍କୁ ଦାୟିତ୍ୱ ଦେବା ନା ପସନ୍ଦକରିଛନ୍ତି।ରାଜ୍ୟ ସରକାରଙ୍କ ଅନୁଗତ ଭାବେ କାମ କରୁଥିବା ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ ନିଷ୍ପତି ଗ୍ରହନଯୋଗ୍ୟ ନୁହେଁ। ରାଜ୍ୟରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ପ୍ରତି ବୈମାତୃକ ମାନଭାବ ପୋଷଣ କରୁଥିବା ସେ ଅଭିଯୋଗ କରିଛନ୍ତି।ଜିଲ୍ଲା ର ସମସ୍ତ ସମସ୍ୟା ନେଇ ଆଗାମୀ ଦିନରେ କଂଗେସ ଲୋକଙ୍କ ପାଖକୁ ଯିବ ଏବଂ ରାଜ୍ୟ ସରକାରଙ୍କ ପ୍ରକୃତ ମୁଖା ଖୋଲିବ ।କଂଗ୍ରେସ ବିକଳ୍ପ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ lଏହି ଅବସରରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା, ବରିଷ୍ଠ ନେତା ସକ୍କା ସୁଜିତ, ବ୍ଲକ ସଭାପତି ପି. ଶିଵ ପ୍ରସାଦ ଦୋରା, ଶାରଦା ପ୍ରସନ୍ନ ସ୍ବାଇଁ ଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.