ଫୁଲବାଣୀ : କନ୍ଧମାଳ ଏକ ପଛୁଆ ଜିଲ୍ଲାରେ ଅନ୍ତରଭୁକ୍ତ ଥିବା ବେଳେ ଏଠାରେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି । ଏହି ସମସ୍ୟାକୁ ଗୁରୁତର ସହ ଚିନ୍ତା କରି ସ୍ୱାତୀ ଅନୁଷ୍ଠାନ ଓ ବି.ଏନ୍.ଆଇ, ବାଙ୍ଗାଲୁରୁ ମିଳିତ ସହାୟତାରେ ଜିଲ୍ଲା ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ପ୍ରକଳ୍ପକୁ ଗତ ଏକ ବର୍ଷ ହେବ ପରିଚାଳନା କରିଆସୁଅଛି । ଏହାର ଫଳ ସରୁପ ଫୁଲବାଣୀ ଓ ଫିରିଙ୍ଗିଆ ବ୍ଳକ ର ୩୦ ଗୋଟି ଗ୍ରାମପଂଚାୟତ ମଧ୍ୟରୁ ୭୨୯ ଜଣ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି, ସେମାନଙ୍କୁ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯକ୍ରମରେ ଅର୍ନ୍ତଭୁକ୍ତ କରିବା ପ୍ରୟାସ ଜାରିରହିଛି । ସେମାନଙ୍କ ମଧ୍ୟରୁ ୩୫୭ ଜଣ ଜିଲ୍ଲା ମାନସିକ ସ୍ଵାସ୍ଥ୍ୟ କାର୍ଯକ୍ରମ ଦ୍ଵାରା ଚିକିତ୍ସା ସେବା ପାଉଛନ୍ତି । ସରକାରଙ୍କ ଦ୍ଵାରା ଯୋଗାଇଦିଆ ଯାଉଥିବା ମାଗଣା ଔଷଧ ଓ ବିଶେଷଜ୍ଞ ମାନଙ୍କ ପରାମର୍ଶ ସେବା ଦ୍ଵାରା କିଛି ଯୁବକ ଆରୋଗ୍ୟ ଲାଭ କରି ନିଜ ପୂର୍ବ ଅବସ୍ଥାକୁ ଫେରିଆସି ଅଛନ୍ତି । ଏମାନଙ୍କ ମଧ୍ୟରୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଜଣେ ନାମ ଲେଖାଇ ନିଜର ଅସଂପୁର୍ଣ ସ୍ଵପ୍ନକୁ ସାକାର କରିବା ସହିତ ଅନ୍ୟ ମାନସିକ ଅସୁସ୍ଥ ବ୍ୟାକ୍ତି ଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି । ସାଧାରଣରେ ମାନସିକ ଅସୁସ୍ଥତତାକୁ ଏକ ରୋଗ ହିସାବରେ ନ ନେଇ ବିଭିନ୍ନ ଅନ୍ଧବିଶ୍ଵାସକୁ ଆପଣେଇ ଅଧିକରୁ ଅଧିକ ସମସ୍ୟା ମଧ୍ୟଙ୍କୁ ଠେଲି ହୋଇ ଯାଉଛନ୍ତି । ଅନ୍ୟଜଣେ ଯୁବକ ଫୁଲ ଚାଷ କରି ନିଜକୁ ସ୍ଵାବଲମ୍ବି କରିବାପାଇଁ ନିଜ ମନରେ ଦୃଢ ପରିକର ଅଛନ୍ତି । ବର୍ତମାନ ଜିଲ୍ଲା ରେ ମାନସିକ ବିଶେଷଜ୍ଞ ପରାମର୍ଶ ପାଇଁ ୨ ଦିନ ଧାର୍ଯ୍ୟ ରଖାଯାଇଛି, ଜାହା ଦୂରଦୂରାନ୍ତରୁ ଆସୁଥିବା ଅସୁସ୍ଥ ବ୍ୟକ୍ତି ଓ ପରିବାର ପାଇଁ ଜଥେଷ୍ଟ ହୋଇପାରୁନି । ଏକ ସ୍ଥାୟି ମାନସିକ ଚିକିତ୍ସକ ନିଯୁକ୍ତି ପାରେ ଓ ବିଭିନ୍ନ ବ୍ଲକ ରେ ପରାମର୍ଶ ସେବା ଦିଆଗଲେ ଅନେକ ଅସୁସ୍ଥ ବ୍ୟକ୍ତି ଓ ପରିବାର ସେବା ପାଇଁ ପାରିବେ । ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ପରିବାର ରେ ସମନ୍ଵୟ ରଖିବା ପାଇଁ ପରିବାର କୁ ନେଇ ୨୫ ଗୋଟି ପରିବାର ସହଯୋଗ ଦଳ ଗଠନ କରାଯାଇଛି, ନିୟମିତ ଔଷଧ ସେବନ, ସରକାରୀ ସେବା ଓ ଅନ୍ୟାନ୍ୟ ସୁବିଧା ଓ ସୁଯୋଗ ବିଷୟରେ ଆଲୋଚନା କରାଯାଉଛି । ଚିହ୍ନଟ ବ୍ୟକ୍ତି ମାନଙ୍କୁ ସାର୍ଟିଫିକେଟ ଦବା ଓ ଭତା ରେ ସାମିଲ କରାଯାଉଛି । ଆଜିପର୍ଯ୍ୟନ୍ତ ଏହି କାର୍ଯ୍ୟକାର୍ମରେ ୩୦ ଗୋଟି ପଂଚାୟତରୁ ୨୫ ଜଣ ଯୋଗ୍ୟ ହିତାଧିକାରୀ କୁ ଭତା ପାଇଛନ୍ତି । ମାନସିକ ଅସୁସ୍ଥ ପାଇଁ ଏକ ସାମୁହିକ ସଚେତନତା କଲେ ଆଗାମି ଦିନରେ ଏହି ବିଷୟକୁ ସମସ୍ତଙ୍କ ଲୋକଲୋଚନକୁ ଆସିପାରିବ ।
Sign in
Sign in
Recover your password.
A password will be e-mailed to you.