ବ୍ରହ୍ମପୁର : ବଡ଼ ଅଘଟଣ, ସେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଁ ରାସ୍ତାରେ ଆଲୋକ ବ୍ୟବସ୍ଥା ନ ଥିଲା ।। ବାଟରେ ଅଟକାଇଲେ, ଦୁଇଜଣ କହିଲେ, ପଥର କୁଆଁରି ରୁ ପଥର ବ୍ଲାଷ୍ଟ ହେଉଛି, ଟିକିଏ, ରହିଯାଓ, ସମୟ ସେତେବେଳେ ପ୍ରାୟତଃ ରାତି ଆଠ ଘଣ୍ଟା ହୋଇଥିବ, ପଥର ଫୁଟିଲା, ଏଥର ତୁମେ ଯାଇପାର, ଆଗକୁ ମାଡ଼ିଗଲେ, ଗୋଟିଏ ବାଇକରେ ତିନିଜଣ ଯୁବକ ବସି ଯାଉଥିଲେ, ପ୍ରାୟତଃ ଶହେ ମିଟର ଆଗରେ ପଥର ବ୍ଲାଷ୍ଟ ହୋଇଥିବାର ଧୂଆଁ ଧୁଳିକଣାରେ ଆଗକୁ ଆଉ କିଛି ଦେଖାଗଲାନାହିଁ, ରାସ୍ତାଉପରେ ଅବରୋଧ କରି ରଖାଯାଇଥିଲା, ଏକ ଟ୍ରାକ୍ଟର ! ଟ୍ରାକ୍ଟର ସହ ଶକ୍ତଧକ୍କାରେ ଘଟିଗଲା, ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣାସ୍ଥଳରେ ପ୍ରଥମେ ଜଣଙ୍କର ମୃତ୍ୟୁ, ପରେ ଆଉ କିଛି ସମୟ ପରେ ଡାକ୍ତରଖାନାରେ ଆଉଜଣଙ୍କର ମୃତ୍ୟୁ ଘଟିଗଲା । ତୃତୀୟ ବ୍ୟକ୍ତି ଜଣକ ସଂଜ୍ଞାହୀନ ହୋଇପଡିଥିଲେ । ତିନିଦିନ ପରେ ତାଙ୍କର ଚେତା ଫେରି ଆସିଲା । ତେବେ ଚେତା ଫେରି ଆସିବା ପରେ ସେ ଧୀରେ ଧୀରେ ସବୁ ବୃତ୍ତାନ୍ତ କହିଥିଲେ !! ଘଟଣାଟି ଘଟିଛି, ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ସନ୍ତୋଷପୁର ଠାରୁ ଖଟିଆ-ରାମଚନ୍ଦ୍ରପୁର ଯିବା ରାସ୍ତାରେ,,,।
ମୃତକ ହେଲେ ଖଟିଆ-ରାମଚନ୍ଦ୍ରପୁରର ହରିଜନବସ୍ତିର ରଞ୍ଜନ ଦାସ(୨୬), ଶିଶିର ଦାସ ( ୩୫ ), ଏବଂ ଚେତାଫେରି ପାଇଥିବା ଯୁବକ ରାଜେଶ ଦାସ ବୋଲି ଜଣାଯାଇଛି । ଗାଁରେ ଏହି ଦୁଇ ପରିବାରର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାକୁ କେନ୍ଦ୍ରକରି ଜଣେ ସଦ୍ୟ-ବିଧବା ହୋଇଗଲେ, । ତେବେ ତାଙ୍କରି ପରିବାର ବର୍ଗଙ୍କ ହୃଦୟବିଦାରକ କ୍ରନ୍ଦନ ର ରୋଳ ସତରେ ଶୁଣି ସହଜରେ ହଜମ କରି ହେଉନି,,!! ସେମାନେ ତାଙ୍କରି ନ୍ୟାୟ ଚାହୁଁଛନ୍ତି । ଘଟଣାଟି ଘଟିବାର ଆଜକୁ ଦଶ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ନିକଟରେ ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ମିଳିନାହିଁ, କି, ସରକାରୀ ଲୋକ କେହି ପହଞ୍ଚିନାହାଁନ୍ତି । ରମ୍ଭା ଥାନାରେ ଏତଲା ଦିଆଯାଇଥିଲେ, ମଧ୍ୟ ତାହାକୁ ଚପାଇ ଦିଆଯାଇଥିବା କୁହାଯାଇଛି , ଖଟିଆ.ରାମଚନ୍ଦ୍ର ପୁର ର ହରିଜନ ବସ୍ତି ଅଞ୍ଚଳରେ ପ୍ରାୟ ୪୦ପରିବାର କୁଲି, ମୂଲ କାମକରି ଚଳନ୍ତି । ଆଉ କେତେଜଣ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ଏହି ମୃତକ ଦୁଇଜଣ ମଧ୍ୟ ଦାଦନ ଖଟିବାକୁ ଯାଇ ଘରକୁ ଆସିଥିଲେ । ଆଉ ଦୁଇ ଦିନ ପରେ ବାହାର ରାଜ୍ୟ କୁ ପୁଣି ଯାଇଥାନ୍ତେ । ତାଙ୍କର ଘଟିଗଲା ଏହି ଅଘଟଣ ।।
ତାଙ୍କୁ ଉଚିତ ନ୍ୟାୟ ନ ମିଳିଲେ ସେମାନେ ଜିଲ୍ଲାପ୍ରଶାସନ ଓ ରାଜ୍ୟ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post