ଟିକାବାଲି ଡି.ଆଇ.ଇ.ଟି ଠାରେ ଜିଲ୍ଲାସ୍ତରୀୟ ଶିକ୍ଷଣ ଜନିତ ଆଲୋଚନାଚକ୍ର

ଫୁଲବାଣୀ : ବିଦ୍ୟାଳୟ ରେ ଶିକ୍ଷଣ ଜନିତ ସମସ୍ୟା ଓ ତାର ସମାଧାନ ନିମନ୍ତେ ଟିକାବାଲି ଡି.ଆଇ.ଇ.ଟି ଠାରେ କ୍ରିୟାତ୍ମକ ଗବେଷଣାର ଉପସ୍ଥାପନ ଜନିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଅଛି l ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ରୂପେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଟିକାବାଲି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ.ବାମଦେବ ତ୍ରିପାଠୀ, ଭବାନୀପାଟଣା ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହ ପ୍ରାଧ୍ୟାପକ ରାକେଶ କୁମାର ବେହେରା ଓ ସହ ପ୍ରାଧ୍ୟାପକ ପ୍ରକାଶ କୁମାର ସାହୁ,ଭଞ୍ଜନଗର ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ସହ ପ୍ରାଧ୍ୟାପକ ଶ୍ରୀହର୍ଷ ଵାଲା, ଟିକାବାଲି ଡି.ଆଇ.ଇ.ଟି ର ଅଧ୍ୟାପିକା ଶ୍ରୀମତୀ ଅନିତା କୁମାରୀ ମଲ୍ଲିକ,ଅଧ୍ୟାପକ ସର୍ବେଶ୍ୱର ଦାଶ ଓ ଅଧ୍ୟାପକ ସୁବାଷ ଚନ୍ଦ୍ର ବେହେରା, ଫୁଲବାଣୀ ଇ.ଟି.ଇ.ଆଇର ଅଧ୍ୟାପକ କ୍ରିଷ୍ଣା ଚନ୍ଦ୍ର ଓ ଅମୁଲ୍ୟ ପ୍ରଧାନ, ବାଲିଗୁଡା ଇ.ଟି.ଇ.ଆଇ ର ଅଧ୍ୟାପକ ମିହିର କୁମାର ଜେନା ଓ ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଆଲୋଚନା ଚକ୍ରରେ କନ୍ଧମାଳର କୋଣ ଅନୁକୋଣରୁ ଆସିଥିବା ଗବେଷଣରତ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରୁ 30 ଟି ବିଷୟରେ ବହୁତ ସୁନ୍ଦର ଭାବେ ଉପସ୍ଥାପନା ଓ ଆଲୋଚନାପର୍ଯ୍ୟାଲୋଚନା କରାଯାଇ ଥିଲା l

ଏହି ଆଲୋଚନା ଚକ୍ର ରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରେ ଶ୍ରୀମତୀ ଲତାଞ୍ଜଳି ମହାନ୍ତି, ପ୍ରଦୀପ ମହାପାତ୍ର, ଅରବିନ୍ଦ ମହାପାତ୍ର, ପ୍ରଭାସ ହୋତା, ଅସିତ ମହାପାତ୍ର, ବିଷ୍ଣୁ ହୋତା, ଶିବ ଶଙ୍କର ସାହୁ, ପବିତ୍ର ସାହୁ, ସିମାଞ୍ଚଳ ମୁଖି, ପ୍ରଦୀପ ମହାନ୍ତି, ଅରୁଣ କୁମାର ପାତ୍ର, ଦିଲୀପ କୁମାର ପାଣିଗ୍ରାହୀ,ଶ୍ରୀ ସତ୍ୟ ନାରାୟଣ ତ୍ରିପାଠୀ, ଅମରେନ୍ଦ୍ର ପ୍ରଧାନ, ରାଜେଶ ଭୋଇ ସିଦ୍ଧାର୍ଥ ଶଙ୍କର, ପ୍ରଣବ ପ୍ରକାଶ ବୁର୍ଗୀ , ଶ୍ରୀମତୀ ସାଗରୀକା ପଣ୍ଡା, ଶ୍ରୀମତୀ ସୁଶ୍ରୀ ସସ୍ମିତା ନାୟକ, ଶ୍ରୀମତୀ ରଶ୍ମିତା ଷଡ଼ଙ୍ଗୀ, ରବୀନ୍ଦ୍ର ଦିଗାଳ,ଓ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଆଲୋଚନା ଚକ୍ର ରେ ସାମିଲ ହୋଇଥିଲେ l ଏହି ଆଲୋଚନା ଚକ୍ର ରେ ବିଦ୍ୟାଳୟ ର ଶିକ୍ଷଣ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ଓ ତାର ସମାଧାନ ପାଇଁ କ୍ରିୟାତ୍ମକ ଗବେଷଣା ଯେପରିକି ଶିକ୍ଷାର୍ଥୀଙ୍କ ଉପସ୍ଥାନ, ଶବ୍ଦ ଭଣ୍ଡାର ବୃଦ୍ଧି, ବାକ୍ୟଗଠନ, ଏକାଗ୍ରତା ବୃଦ୍ଧି, ମାନଚିତ୍ର ପଠନ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଏବଂ ବିଭିନ୍ନ ଗାଣିତିକ ସମସ୍ୟା ବିଷୟରେ ଆଲୋଚନା କରାଯାଇ ଥିଲା l ଏହି କାର୍ଯ୍ୟକ୍ରମକୁ ଅଭିଜିତ ମହାପାତ୍ର ଓ ରଞ୍ଜିତ କୁମାର ତ୍ରିପାଠୀ ଭିଡିଓ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.