ଶାକିବଙ୍କ ସ୍ଥାନରେ କେକେଆରରେ ସାମିଲ ହେଲେ ଇଂଲଣ୍ଡର ଏହି ଖେଳାଳି…

କୋଲକାତା: ଆଇପିଏଲ ୨୦୨୩ରେ, କୋଲକାତା ନାଇଟ୍ ରାଇଡର୍ସରେ ଶାକିବ ଅଲ ହାସନ ସାମିଲ ହୋଇନଥିଲେ | ଯାହାକି ଦଳ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଥିଲା | ବ୍ୟକ୍ତିଗତ କାରଣ ହେତୁ ଶାକିବ କେକେଆରରେ ଯୋଗ ଦେଇପାରିନଥିଲେ | ତେବେ ବର୍ତ୍ତମାନ କେକେଆର୍ ଇଂଲଣ୍ଡର ଦ୍ରୁତ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟଙ୍କୁ ଟିମରେ ସାମିଲ କରିଛି । ରୟ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା | ସେ ଏପର୍ଯ୍ୟନ୍ତ ତାଙ୍କ ଟି -୨୦ କ୍ୟାରିୟରରେ ମୋଟ ୬ଟି ଶତକ ହାସଲ କରିଛନ୍ତି। ଡିସେମ୍ବର ୨୦୨୨ରେ ମିନି ନିଲାମରେ ୧.୫ କୋଟି ଟଙ୍କା ଦେଇ ଶାକିବ ଅଲ ହାସନଙ୍କୁ କେକେଆର କିଣିଥିଲା | କିନ୍ତୁ କିଛି କାରଣରୁ ସେ ଚଳିତ ବର୍ଷ ଭାଗ ନେଇପାରିନଥିଲେ । ଆଉ ବର୍ତ୍ତମାନ ତାଙ୍କ ବଦଳରେ ଜେସନ ରୟ କେକେଆର ଦଳରେ ଯୋଗ ଦେଇଛନ୍ତି |
ଆଇପିଏଲ୍ ୨୦୨୩ ପାଇଁ କେକେଆର ୨.୮ କୋଟି ଟଙ୍କା ଦେଇ ଜେସନ ରୟଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା | ରୟଙ୍କ ମୂଳ ମୂଲ୍ୟ(ବେସ ପ୍ରାଇସ) ଦେଢ଼ କୋଟି ଟଙ୍କା ଥିଲା। କୋଲକାତା ତାଙ୍କୁ ମୂଳ ମୂଲ୍ୟର ପ୍ରାୟ ଦୁଇଗୁଣ ଦେଇ ନିଜ ସହ ଯୋଡିଥିଲା | ରୟ ଇଂଲଣ୍ଡ ପାଇଁ ତିନୋଟି ଫର୍ମାଟ୍ ଖେଳନ୍ତି | ଜେସନ୍ ରୟ ବର୍ତ୍ତମାନ ସୁଦ୍ଧା ତାଙ୍କ ଟି -୨୦ କ୍ୟାରିୟରରେ ମୋଟ ୩୧୩ଟି ମ୍ୟାଚ୍ ଖେଳିଛନ୍ତି | ଏଥିମଧ୍ୟରୁ ଏଥିରେ ସେ ମୋଟ ୬ଟି ଶତକ ସହ ୫୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

nis-ad
Leave A Reply

Your email address will not be published.