ଚାକିରି ଦେବାକୁ କହି ୨ଶହ ଲୋକଙ୍କୁ ଠକେଇ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଚାକିରି ଦେବାକୁ କହି ୨ଶହ ଆଶାୟୀଙ୍କୁ ଠକିଥିବା ୨ ଅଭିଯୁକ୍ତଙ୍କୁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି। ୨ ଅଭିଯୁକ୍ତ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତିଙ୍କୁ ଆଜି ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଗିରଫ କରାଯାଇଛି। ଏହି ୨ ଅଭିଯୁକ୍ତ ପିଅନ, କିରାଣୀ, ଆଗ୍ନିକ, ସୁରକ୍ଷା କର୍ମୀ ଚାକିରି ଦେବାକୁ କହି ୨ଶହ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ୨ ଅଭିଯୁକ୍ତଙ୍କଠାରୁ ବହୁ ନକଲି ସକରାରୀ କାଗଜାତ ସାଙ୍ଗକୁ ନିଯୁକ୍ତିପତ୍ର, ଲୋକସେବା ଭବନରେ ଯୋଗ ଦେବା ଚିଠି ଓ ସିଲ ଜବତ କରାଯାଇଛି। ଏହାସହିତ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଉଭୟଙ୍କଠାରୁ ଜାଲ ନିଯୁକ୍ତିପତ୍ର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଜବତ କରାଯାଇଥିବା ସୂଚନା ମିିଳିଛି।

ସରକାରୀ ବିଭିନ୍ନ ଅଫିସ୍‌ରେ ଚାକିରି ଦେବାକୁ କହି ପ୍ରାୟ ୨୦୦ ଆଶାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ୨ ଅଭିଯୁକ୍ତଙ୍କୁ ହେଲେ ବାଲେଶ୍ୱର କମର୍ଦ୍ଦା ଥାନା ଅନ୍ତର୍ଗତ ଗୁଜୁଡ଼ିହା ଗ୍ରାମର ରାଜକିଶୋର ପଟ୍ଟନାୟକ ଓ ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଥିବା ବିରଜା କମ୍ପ୍ଲେକ୍ସର ଅରୁଣ ମହାନ୍ତି। ରାଜ ଭବନ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିଅନ, କିରାଣି, ଆଗ୍ନିକ, ସୁରକ୍ଷା କର୍ମୀ ଚାକିରି ଦେବାକୁ ଯୁବକଯୁବତୀମାନଙ୍କୁ ଭରସା ଦେଇ ସେମାନେ ଟଙ୍କା ଠକି ନେଉଥିବା ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଆରମ୍ଭ କରିଥିଲା ଏବଂ ଏଥିରେ ଉକ୍ତ ଦୁଇଜଣଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା। ସେମାନଙ୍କୁ ଗିରଫ ପରେ ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି।

nis-ad
Leave A Reply

Your email address will not be published.