କେନ୍ଦୁଝର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଅଧିକ ଦୋକାନ

କେନ୍ଦୁଝର : କେନ୍ଦୁଝର ସହର ଡେଲି ମାର୍କେଟରେ ଆଜି ସକାଳୁ ଅଗ୍ନିକାଣ୍ତ ଘଟିଛି। ସର୍ଟ ସର୍କିଟ ଦ୍ବାରା ଅଗ୍ନିସଂଯୋଗ ହେବା ଫଳରେ ବଜାର ଭିତରେ ଥିବା ୫୦ରୁ ଅଧିକ ଖୁଚୁରା ଦୋକାନ ଜଳିଯାଇଛି। ନିଆଁ ଖୁବ ଜୋରରେ ମାଡି ଯାଇଥିବାରୁ ଏହାକୁ ଆୟତ୍ତ କରିବା ଅସମ୍ଭବ ହୋଇ ପଡିଥିଲା। ସାଧାରଣଲୋକେ ବାଲଟି ଗରାରେ ପାଣି ସଂଗ୍ରହ କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିଶମ ବିଭାଗର ପାଣିରେ ନିଆଁ ନଲିଭିବା ଫଳରେ ସାଧାରଣ ଲୋକଙ୍କ ଉପଯୋଗୀ ପାଣିଟାଙ୍କି ସହଯୋଗ କରିଥିଲା।

ଖବର ପାଇ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବାବେଳେ ଅତ୍ୟାଧିକ ସାଧାରଣ ଦେଖଣାହାରୀଙ୍କ ଭିଡ ଜମିଥିବାରୁ କେନ୍ଦୁଝର ପୁଲିସ ବିଭାଗର ଏସଡିପିଓଙ୍କ ଉପସ୍ଥିତିରେ ପୁଲିସ ତଥା ଯୁବକ ମାନଙ୍କ ଦ୍ବାରା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଥିଲେ। ତେବେ ଦୀର୍ଘ ୪ଘଣ୍ଟା ପରେ ମଧ୍ୟ ସଂପୂର୍ଣ୍ଣ ଭାବରେ ନିଆଁ ଆୟତ୍ତ ହୋଇପାରି ନଥିଲା। ନିଆଁ ଲିଭିବା ପରେ କ୍ଷୟକ୍ଷତିର ଆକଳନ କରାଯିବ।

nis-ad
Leave A Reply

Your email address will not be published.