ଶାହରୁଖଙ୍କ ଆଗାମୀ ଫିଲ୍ମ ‘ଯବାନ’ର ଡିଜିଟାଲ ରାଇଟ୍ସ କିଣିବାକୁ ପ୍ରତିଯୋଗିତା…

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଓଟିଟିରେ ରିଲିଜ ହେବା ପରେ ଖୁବ୍‌ ପ୍ରଶଂସା ସାଉଁଟିଛି । ଭାରତ ଏବଂ ବିଦେଶ ବକ୍ସ ଅଫିସରେ କୋଟି କୋଟି ଟଙ୍କାର ଆୟ କରିବା ପରେ ଫିଲ୍ମଟିର ଓଟିଟି ଭର୍ସନ ‌‌ଏବେ ଦର୍ଶକଙ୍କୁ ଆହୁରି ପସନ୍ଦ ଆ‌ସିଛି। କାରଣ ଓଟିଟି ଭର୍ସନରେ କିଛି ଅନ୍‌କଟ୍‌ ଦୃଶ୍ୟ ବି ଦେଖିବାକୁ ମିଳିଛି। ଅର୍ଥାତ ଯେଉଁ ସବୁ ‌ଦୃଶ୍ୟ ଦର୍ଶକ ହଲ୍‌ରେ ଦେଖି ପାରି ନଥିଲେ ସେସବୁ ଦୃଶ୍ୟ ଓଟିଟି ଭର୍ସନରେ ଦୃଶ୍ୟମାନ ହୋଇଛି।
ତେବେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଶାହରୁଖଙ୍କ କମବ୍ୟାକକୁ ଦର୍ଶକ ଅଧିକ ଭଲପାଇବା ଦେଇଥିବା ବେଳେ ଫିଲ୍ମଟି ଭଲ ଆୟ କରିଥିଲା। ଏବେ ପଠାନର ସଫଳତା ପରେ ଅଭିନେତାଙ୍କ ଆଗାମୀ ଫିଲ୍ମକୁ ନେଇ ଉତ୍ସାହ ବଢ଼ିଛି। କେବଳ ଦର୍ଶକଙ୍କ ମଧ୍ୟରେ ନୁହେଁ ବରଂ ଫିଲ୍ମର ରାଇଟ୍ସ କିଣିବା ପାଇଁ ଓଟିଟି ପ୍ଲାଟଫର୍ମ ମଧ୍ୟରେ ଟଣାଓଟରା ଚାଲିଥିବାର ଖବର ମିଳିଛି। ଶାହରୁଖଙ୍କ ଆଗମୀ ଫିଲ୍ମ ‘ଯବାନ’ର ସୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଏହାର ଡିଜିଟାଲ ରାଇଟ୍ସ କିଣିବା ପାଇଁ ବିଭିନ୍ନ ଓଟିଟି ପ୍ଲାଟଫର୍ମ ସଜବାଜ ହେଉଛନ୍ତି।
ପିଙ୍କଭିଲ୍ଲା ମୁତାବକ, “’ଯବାନ’ ଚଳଚ୍ଚିତ୍ରକୁ ଏବ ସଫଳତା ଭାବେ ଦେଖୁଛନ୍ତି ବିଭିନ୍ନ ଓଟିଟି ପ୍ଲାଟଫର୍ମ। ଏହି ଫିଲ୍ମ କୌଣସି ବି ଓଟିଟିରେ ରିଲିଜ୍ ହେଲେ ସେଠାକୁ କୋଟି କୋଟି ଦର୍ଶକ ଆସିବେ। ସର୍ବଭାରତୀୟ ସ୍ତରର ଏହି ଚଳଚ୍ଚିତ୍ରକୁ ନେଇ ଉତ୍ସାହ ଥିବା ବେଳେ ଫିଲ୍ମର ବଡ଼ ବଜେଟ୍ ଯୋଗୁଁ ଏହା ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଏକ ବହୁଭାଷୀ ଚଳଚ୍ଚିତ୍ର ହେବ, ଯାହା ବଜାରରେ ପ୍ରବେଶ କରି ସାରା ଦେଶରେ ଦର୍ଶକଙ୍କୁ ଆକର୍ଷିତ କରିବ। ସେହି ଦୃଷ୍ଟିରୁ ଏହା ସମଗ୍ର ଦେଶରେ କମାଲ କରିବା ସହ ଏକ ପ୍ରକୃତ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ହେବ। ଏସବୁ ଦିଗକୁ ନଜରରେ ରଖି ଏବେ ଏହି ଫିଲ୍ମର ରାଇଟ୍ସ କିଣିବାକୁ ବିଭିନ୍ନ ଓଟିଟି ପ୍ଲାଟଫର୍ମ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିବା କୁହାଯାଉଛି।
ତେବେ ଶାହରୁଖ ଖାନଙ୍କ ପ୍ରଯୋଜନା ସଂସ୍ଥା ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ସହିତ ଭଲ ସମ୍ପର୍କ ଥିବାରୁ ନେଟଫ୍ଲିକ୍ସକୁ ଫିଲ୍ମର ରାଇଟ୍ସ ମିଳିପା‌ରେ ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.