ଟ୍ୱିନ ସିଟିରେ ଗଡିବ ମେଟ୍ରୋ ! କଟକ-ଭୁବନେଶ୍ବରରେ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଏବଂ 5T ସଚିବଙ୍କ ସହ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ରାଜଧାନୀ ବାସୀଙ୍କ ପାଇଁ ଖୁସିଖବର। ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମୀକ୍ଷା। କେଉଁ କେଉଁ ରୁଟ ଦେଇ ମେଟ୍ରୋ ଯିବ ସେଥିପାଇଁ କ’ଣ କ’ଣ ଆବଶ୍ୟକ ତାହା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ମେଟ୍ରୋ ଟ୍ରେନ ଚାଲିଲେ ବହୁ ଲୋକ ଏହା ଦ୍ବାରା ଉପକୃତ ହେବେ ବୋଲି ଆଶା ରହିଛି । ମେଟ୍ରୋ ଟ୍ରେନ ସେଇ ସମସ୍ତ ରୁଟର ସମୀକ୍ଷା କଲେ 5T ସଚିବ , ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀ । ଏଥି ସହିତ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ବିବେଚନା କରାଯାଉଛି । ଖୁବଶୀଘ୍ର ରାଜଧାନୀରେ ମେଟ୍ରୋ ରେଳ ‌ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଆଲୋଚନାରୁ ଆଶା ପ୍ରକାଶ ପାଇଛି ।

ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ଆଦି ଦିଗକୁ ଦୃଷ୍ଟିରେ ରଖି ସମୀକ୍ଷା କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ କରାଯାଇଛି ସମୀକ୍ଷା। ବିମାନ ବନ୍ଦର , ରେଲୱେ ଷ୍ଟେସନ ,ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଲିଆ ରେ କରାଯାଇଛି ସମୀକ୍ଷା। ଆଜି ଭୋରରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,ମୁଖ୍ୟମନ୍ତ୍ରୀଙ୍କ ସଚି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ସମୀକ୍ଷାରେ ସାମିଲ ଥିଲେ।

nis-ad
Leave A Reply

Your email address will not be published.