ଉତ୍କଳ ଦିବସ ଅବସରରେ ସାରା ରାଜ୍ୟ ଉତ୍ସବ ମୁଖର

ଭୁବନେଶ୍ୱର :ଆଜି ଏପ୍ରିଲ ପହିଲା ଉତ୍କଳ ଦିବସ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି ସାରା ରାଜ୍ୟ। ଉତ୍କଳମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ହରେକୃଷ୍ଣ ମହତାବ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ,ସ୍ୱଭାବ କବି ଗଂଗାଧର ମେହେର ଓ କର୍ମବୀର ଗୌରୀଶଙ୍କର ରାୟଙ୍କ ଉତ୍କଳ ଦିବସ ଗଠନରେ ଅବଦାନ ଅବିସ୍ମରଣୀୟ।

ଉତ୍କଳ ଦିବସ ଅବସରରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇପଡିଛି। ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର,ସମ୍ବଲପୁର, ରାଉରକେଲା ସହ ଅନ୍ୟ ସମସ୍ତ ପ୍ରାୟ ସହରରେ ଉତ୍କଳ ଦିବସ ପାଳନ ଲାଗି ବ୍ୟାପକ ଆୟୋଜନ ହୋଇଛି। ବରେଣ୍ୟ ବରପୁତ୍ରଙ୍କୁ ଉତ୍କଳ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ସେହିପରି ରାଜ୍ୟ ସରକାରର ତଥା ବିଭିନ୍ନ ଘରୋଇ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି ।

ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ କୋଠାବାଡ଼ିକୁ ସୁନ୍ଦର ଆଲୋକମାଳାରେ ସଜ୍ଜା ଯାଇଛି। ଭିନ୍ନ ଭିନ୍ନ ରଂଗୀନ ଆଲୋକମାଳାରେ ଝଲସୁଛି କୋଠା ଗୁଡ଼ିକ। ଲୋକସେବା ଭବନ, ପୁଲିସ ସେବା ଭବନ, ବିଧାନ ସୌଧ, ରବୀନ୍ଦ୍ରମଣ୍ଡପକୁ ଆଖି ଝଲସା ଆଲୋକମାଳାରେ ସଜ୍ଜା ଯାଇଛି। ନାଲି, ନୀଳ, ହଳଦିଆ ଭଳି ଅନେକ ରଙ୍ଗର ସଜେଇ ହୋଇଛି ପୁରା ଭୁବନେଶ୍ୱର। 

nis-ad
Leave A Reply

Your email address will not be published.