ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତି ସଂପର୍କରେ ସମୀକ୍ଷା କଲେ 5T ସଚିବ..

କଟକ: ଫାଇଭ ଟି ସଚିବଙ୍କ ସାଲେପୁର ଗସ୍ତ । ସକାଳ ୫ଟା ସମୟରେ ମଧୁବାବୁଙ୍କ ଜନ୍ମ ପୀଠ କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ପାଗା ସତ୍ୟଭାମାପୁର୍‌ରେ ପହଞ୍ଚି ଥିଲେ । ପୀଠର ଉନ୍ନତି ସଂପର୍କରେ ସମୀକ୍ଷା କରିବା ସହ ବୁଲି ଦେଖିଛନ୍ତି । ସ୍ଥାନୀୟ ଅଧିକାରୀମାନେ ପୀଠର ନକ୍ସା ଦେଖାଇବା ସହ 5T ସଚିବଙ୍କ ସହ ଆଲୋଚନା କରିଥିଲେ । ପୀଠ ପରିସରରେ ଥିବା ସଂଗ୍ରହାଳୟ ବୁଲିବା ସହିତ ଏଠାରେ ରଖାଯାଇଥିବା ସ୍ମୃତି ସମ୍ପର୍କରେ ପଚାରି ବୁଝିଥିଲେ । ସ୍ମୃତି ଫଳକ ଓଡ଼ିଆ ସମେତ ଅନ୍ୟ ଭାଷାରେ କରିବାକୁ ପରାମର୍ଶ ଦେଇଥିଲେ ।

ଏହାପରେ ପୀଠ ପରିସରରେ ଥିବା ଗାନ୍ଧିଜୀଙ୍କ ଅବସ୍ଥାନ ପୀଠ ଦର୍ଶନ କରିଥିଲେ 5T ସଚିବ । ମଧୁ ବାବୁଙ୍କ ଏନ୍ତୁଡ଼ିଶାଳରେ ଉତ୍କଳ ଗୌରବଙ୍କ ସ୍ମୃତିଚାରଣ କରିଥିଲେ । ଏଠାରେ ରଖାଯାଇଥିବା ବିରଳ ଫୋଟୋ ଓ ହସ୍ତ ଲିପି ସମ୍ପର୍କରେ ଉପସ୍ଥିତ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ଠାରୁ ସବିଶେଷ ଜାଣିଥିଲେ । ଗସ୍ତ ସମୟରେ ଆରଡିସି ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.