ସାମ୍ବାଦିକ ସଂଘ ତରଫରୁ ଜଗନ୍ନାଥ ମନ୍ଦିରକୁ ପଙ୍ଖା ଦାନ ସହ ଲୋକଙ୍କୁ ପଣା ବିତରଣ

ମାଲକାନଗିରି (୩୦।୩) : ମାଲକାନଗିରି ଜିଲ୍ଲା ସଦର ମହକୁମା ବହୁ ପୁରାତନ ଜଗନ୍ନାଥ ମନ୍ଦିର ପରିସରରେ ନୂତନ ଆନନ୍ଦ ବଜାରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପଙ୍ଖାର ବ୍ୟବସ୍ଥା ନଥିବାରୁ ଅନେକ ଭକ୍ତ ପ୍ରସାଦ ସେବନ ସମୟରେ ପ୍ରବଳ ଗରମ ଯୋଗୁଁ ଅତିଷ୍ଟ ହୋଇ ପଡୁଥିଲୋ ଏହି ମନ୍ଦିରରେ ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ଖରା ପ୍ରବଳ ବଢିବାରୁ ଲୋକେ ଗରମରେ ଅତିଷ୍ଠ ହେଉଥିଲେ । ତେବେ ଏହି ଅସୁବିଧାକୁ ଦୂର କରିବା ପାଇଁ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଆଜି ମନ୍ଦିର ପରିଚାଳନା କମିଟିକୁ ୩ଟି ପଙ୍ଖା ଦାନ କରିଛନ୍ତିା ଏହାଦ୍ୱାରା ଗରମ ସମୟରେ ଭକ୍ତମାନେ ପ୍ରସାଦ ସେବନ ସମୟରେ ଗରମ ଦାଉରୁ ରକ୍ଷା ପାଇବୋ ଏଥିସହ ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମଙ୍କୁ ଦର୍ଶନ ନିମନ୍ତେ ରାମ ମନ୍ଦିରକୁ ଯାଉଥିବା ବିଭିନ୍ନ ଅଞ୍ଚଳର ଭକ୍ତମାନଙ୍କୁ ମୁଖ୍ୟ ରାସ୍ତାରେ ସଂଘ ତରଫରୁ ପଣା ବିତରଣ କରା ଯାଇଥିଲ।। ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ଵ ଲୋକଙ୍କ ପାଇଁ ଏହି ପଣା ବଣ୍ଟନର ବ୍ୟବସ୍ତା କରଯାଇଥିଲା । ଏହି ଅବସରରେ ସଂଘର ସଭାପତି ଦୁର୍ଯୋଧନ ପାତ୍ର, ଶ୍ରୀନିବାସ ପାତ୍ର, ସତ୍ୟ ନାରାୟଣ ଦାସ, ଅଶୋକ ମିଶ୍ର, ଅପୂର୍ବ କୁମାର ଥଣ୍ଡର, ସିମାଞ୍ଚଳ ପାଣିଗ୍ରାହୀ, ରାହୁଲ ଗୋଲୋରି, ବସନ୍ତ ଜେନା, ଏମ ଚନ୍ଦ୍ର ରାଓ, ମାଣିକ ବାଛାର ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ସଂଘ ପକ୍ଷରୁ ବିଗତ ଦିନରେ ମଧ୍ୟ ଏହିପରି ଅନେକ ଜନହିତକର କାର୍ଯ୍ୟ କରାଯାଉଥିବା ବେଳେ ସାଧାରଣରେ ଏହାକୁ ବେସ ପ୍ରଶଂସା କରାଯାଇଛି ।

nis-ad
Leave A Reply

Your email address will not be published.