ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ମା ତାରାତାରିଣୀ ଦିବ୍ୟଜ୍ୟୋତି ସମ୍ମାନ

ଫୁଲବାଣୀ : ମା ତାରାତାରିଣୀ ସାହିତ୍ୟ ସଂସଦ ଓ କବି ନଟବର ସିଂ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଶଶୀଭୁଷଣ ରଥ ମହିଳାମହାବିଦ୍ୟାଳୟ ପରିସରରେ ଓଡ଼ିଆ ଓ ଇତିହାସ ବିଭାଗର ଆନ୍ତରାଜ୍ୟ ସ୍ତରୀୟ ବାର୍ଷିକ ଆଲୋଚନା ଚକ୍ର ଓ ସମର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି l କନ୍ଧମାଳ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର ଓ ଉତ୍ତରୀୟ ଦେଇ ମା ତାରାତାରିଣୀ ଦିବ୍ୟ ଜ୍ୟୋତି ସମ୍ମାନରେ ସମର୍ଦ୍ଧିତ କରିଛନ୍ତି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ କାହ୍ନୁ ଚରଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଡ଼ଃ ଭଗବାନ ସାହୁ, ଡ଼ଃ ମଦନ ମୋହନ ମହାପାତ୍ର ଆଲୋଚକ ଭାବେ ଯୋଗ ଦେଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ଡ଼ଃ ଗୋପବନ୍ଧୁ ଦାସ ଯୋଗଦେଇଥିଲେ l ଏହି ଅବସରରେ ଡ଼ଃ ମହାପାତ୍ର ଙ୍କ ପୁସ୍ତକ ଗୁରୁ ଅମୃତର ଖଣି ପୁସ୍ତଜ ଉନ୍ମୋଚିତ ହୋଇଥିଲା
ଡ଼ଃ ମହାପାତ୍ର ଜଣେ ଜଣାଶୁଣା ସାହିତ୍ୟିକ l ସେ ଓଡ଼ିଶାର ପୁରପଲ୍ଲୀରେ ବହୁ ସମର୍ଦ୍ଧନା ପାଇ ପରିଚିତ ଅଛନ୍ତି l ତାଙ୍କର କୋଡିଏ ରୁ ଉର୍ଦ୍ଧ୍ଵ ବହି ନିଜସ୍ୱ କମଳା ପ୍ରକାଶନୀ ପ୍ରକାଶିତ କରିଛି l ଅଧୁନା ସେ ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ସହକାରୀ ତାଲିମ ଅଧିକାରୀ ଅଛନ୍ତି l ଏହି ସମ୍ମାନ ପାଇଁ ତାଙ୍କୁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଶୁଭେଚ୍ଛା ଜଣାଇଛି l

nis-ad
Leave A Reply

Your email address will not be published.