ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରାମ ନବମୀ ପାଳିତ

ଫୁଲବାଣୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧଠାରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି l ପ୍ରତ୍ୟୁଷରେ ରାମ ଭଜନ ପୂର୍ବକ ନଗର ଭ୍ରମଣ କରାଯାଇଥିଲା l ରାମଙ୍କ ତୈଳଚିତ୍ରରେ ପୁଷ୍ପମାଳ ପୂର୍ବକ ପୂଜା ଅର୍ଚନା କରାଯିବା ପରେ ଆୟୋଜିତ ସଭାରେ ଭାରତୀୟ ସଂସ୍କୃତି ପରମ୍ପରା ଅନୁଯାଇ ଅବତାରୀ ପୁରୁଷ ପଭୁ ରାମଚନ୍ଦ୍ର ତ୍ରେତୟା ଯୁଗରେ ଅଯୋଧ୍ୟାରେ ଆଜିର ତିଥିରେ ଭୂମିଷ୍ଠ ହୋଇଥିଲେ, ପ୍ରଜାବତ୍ସଲ ରାମ ମର୍ଯ୍ୟାଦା ପୁରୁଷ ଥିଲେ, ତାଙ୍କ ପଦାଙ୍କ ଅନୁସରଣ କରିବାର ବେଳସବୁ ସମୟରେ ରହିଛି ବୋଲି ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ଉଦବୋଧନ ଦେଇଥିଲା ବେଳେ ସଭାପତି ପୁରୁଷୋତ୍ତମ ଲେଙ୍କା ରାମଙ୍କର ଗୁଣଗାନ କରିଥିଲେ l ପରେ ପରେ ଶିଶୁ ଭାଇ ଭଉଣୀ ମାନେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ,, ସୀତା, ହନୁମାନ, ଦଶରଥ, କୌଶଲ୍ୟା, କୈକେୟୀ, ସୁମିତ୍ରା, ମନ୍ଥରା, ଲବ କୁଶ ପ୍ରଭୃତି ବିଭିନ୍ନ ବେଶ ପଡ଼ି ନଗର ପରିଭ୍ରମଣ କରିଥିଲେ l ଶିଶୁମନଙ୍କୁ ରାମ ଖିଚୁଡ଼ି ପ୍ରଦାନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରସନ୍ନ ସାହୁ, ସଦସ୍ୟ ସୁଶାନ୍ତ ପାତ୍ର, ସହସମ୍ପାଦକ ମୁରଲୀଧର ମହାପାତ୍ର, ମାତୃଭାରତୀର ସମ୍ପାଦିକା ଶ୍ରୀମତୀ ପ୍ରଶାନ୍ତି ସାହୁ, ଆଚାର୍ଯ୍ୟା ସସ୍ମିତା ପଣ୍ଡା, ସରସ୍ବତୀ ନାୟକ, ପୁଷ୍ପଲତା ନାୟକ, ଜ୍ୟୋତ୍ସ୍ନାରାଣୀ କହଁର, କେତକୀ ନାୟକ, ସୁନେଲି ନାୟକଏବଂ ମାଧବ ଭାଇ ପ୍ରଭୃତି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.