ଶ୍ରୀରାମନବମୀ ଅବସରରେ ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା…

ହିଞ୍ଜିଳିକାଟୁ ୩୦।୩ : ବିଶ୍ବହିନ୍ଦୁପରିଷଦ ବଜରଙ୍ଗ ଦଳ ହିଞ୍ଜିଳିକାଟୁ ପ୍ରଖଣ୍ଡ ତରଫରୁ ପଵିତ୍ର ଶ୍ରୀ ରାମନବମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃହରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରେଗିଡିସାହି ସ୍କୁଲ ଛକରେ ଥିବା ହନୁମାନ ମନ୍ଦିର ରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହଯୋଗରେ ପୂଜାର୍ଚନା କରାଯାଇଥିଲା ।ଅନ୍ୟପଟେ ଅପରାହ୍ନ ୩ଟା ପରେ ବଜରଙ୍ଗ ଦଳର ଶତାଧିକ କର୍ମୀ ହାତରେ ଭଗବା ପତାକା, ମଥାରେ ଲାଲ ତିଳକ ଓ ମୁଣ୍ଡରେ ବଜରଙ୍ଗବାଲି ପଟି ବାନ୍ଧି ବିଶାଳ ଶୋଭାଯାତ୍ରାରେ ରେଗିଡିସାହି ହନୁମାନ ଛକରୁ ବସଷ୍ଟାଣ୍ଡ, ମୁଖ୍ୟ ବଜାର ଦେଇ ବଇଁଚବଣିଆ,ଆଙ୍କୋରଡା,ଥାନାସାହି ଦେଇ ବିଜୁପଟ୍ଟନାୟକ ଛକରୁ ହିଞ୍ଜିଳି, ବ୍ଳକ ଦେଇ ରେଗିଡିସାହି ହନୁମାନ ମନ୍ଦିର ଛକରେ ପହଞ୍ଚିଥିଲେ ।ସେମାନଙ୍କ ଶୋଭାଯାତ୍ରାରେ ପ୍ରଭୁ ଶ୍ରୀରାମ ଓ ରାମଭକ୍ତ ହନୁମାନଜୀଙ୍କୁ ସୁସଜିତ ଭବ୍ୟ ରଥରେ ନେଇ ଯାତ୍ରା କରିଥିଲା । ରାସ୍ତାରେ ଅନେକ ମହିଳା ଭଗବାନଙ୍କୁ ସ୍ୱାଗତ ଆଉ ପୂଜନ କରୁଥିଲେ । ବଜରଙ୍ଗ ଦଳର କର୍ମକର୍ତ୍ତା ଗଣ ଶ୍ରୀ ରାମ, ଲକ୍ଷ୍ମଣ, ସୀତା ମାତା, ବଜରଙ୍ଗ ବାଲୀ ଭେଷରେ ସୁସଜ୍ଜିତ ହୋଇ ନଗର ପରିକ୍ରମା କରୁଥିଲେ । ଜୟ ଶ୍ରୀରାମ,ଜୟଜୟ ହନୁମାନ ଧ୍ୱନୀରେ ହିଞ୍ଜିଳିକାଟୁ ସହର ଗୈରୀକମୟ ହୋଇ ଉଠିଥିଲା । ସାହି ଗଳି କନ୍ଦି ,ଦୋକାନ ବଜାର ଗେରୁଆ ପତାକାରେ ଛାଇ ଯାଇଥିଲା ।ବିଶ୍ୱହିନ୍ଦୁ ପରିଷଦର ସଦସ୍ୟ ଆଲୋକ ନାୟକ, କଳିଙ୍ଗ ମୁନି କାର୍ଯ୍ୟକାରିଣୀ ସଦସ୍ୟ ଙ୍କ ସହ ଵହୁ ସଦସ୍ୟ ସମ୍ମିଳିତ ନେତୃତ୍ୱରେ ଆୟୋଜିତ ଏହି ବିଶାଳ ବଜରଙ୍ଗୀ ଶୋଭାଯାତ୍ରାକୁ ହିଞ୍ଜିଳିକାଟୁ ର ସମସ୍ତ ସାହି,ବସ୍ତି, ଓ ବଜାର ତରଫରୁ ଆକୁଣ୍ଠିତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟ କ୍ରମରେ ଭାଜପା ନେତା ଶିଶିର କୁମାର ମିଶ୍ର, ମାଧବ ଗୌଡ, ହିଞ୍ଜିଳିକାଟୁ ପୌରପରିଷଦ ବିଜେପି ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ଵିଜେପି ନେତା ରଜନୀକାନ୍ତ ପାଢୀ, ଗିରିଧର ପାଢି ,ପି ଅନ୍ତର୍ଯ୍ୟାମୀ ପାତ୍ର, ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ରେ ବଜରଙ୍ଗୀ ଭାଇ ମାନଙ୍କ ମଧ୍ୟରେ ନଗର ପରିକ୍ରମା କରିଥିଲେ । ଶେଷରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରେଗିଡିସାହି ହନୁମାନ ମନ୍ଦିର ପରିସରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସେହିପରି ହିଞ୍ଜିଳିକାଟୁ ପୌରପରିଷଦ ଆଙ୍କୋରଡା ସ୍ଥିତ ହନୁମାନ ମନ୍ଦିର, ହିଞ୍ଜିଳି ରଘୁନାଥ ମନ୍ଦିର, ଵରାହି ପାହାଡ଼ ପାଦଦେଶରେ ଥିବା ହନୁମାନ ମନ୍ଦିର ରେ ପବିତ୍ର ରାମନବମୀ ପାଳନ କରାଯାଇଛି।

nis-ad
Leave A Reply

Your email address will not be published.