ମହୁମାଛି ଆକ୍ରମଣରେ ୬ ଜଣ ଲହୁଲୁହାଣ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ମହୁମାଛିର ଆକ୍ରମଣର ଶିକାର ହୋଇଛନ୍ତି ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣରେ ୬ ଜଣଙ୍କ ମଧ୍ୟରୁ ୪ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ଥିବା ବେଳେ ଆଉ ଜଣେ ପିଅନ ଥିବା ଜଣା ପଡିଛି l ସମସ୍ତଙ୍କୁ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯିବା ପରେ ଜଣେ ଶିକ୍ଷୟିତ୍ରୀ ଏବଂ ଜଣେ ଷଷ୍ଠ ଶ୍ରେଣିର ଛାତ୍ରୀ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ସୂଚନା ମୁତାବକ ଫିରିଙ୍ଗିଆ ଥିବା ଏହି ବିଦ୍ୟାଳୟର ନିକଟରେ ଥିବା ଏକ ଶିମିଳି ଗଛରେ ବହୁ ସଂଖ୍ଯାରେ ମହୁମାଛି ବସା କରିଛନ୍ତି l ଆଜି ୧୦ ଟା ସମୟରେ ସ୍କୁଲରେ ଶିକ୍ଷୟତ୍ରୀ ଟିଫିନ୍ ଖାଉଥିବା ସମୟରେ ମହୁମାଛି ବସାରୁ ବାହାରି ହଠାତ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଥିଲେ l ଫଳରେ ଶିକ୍ଷୟିତ୍ରୀ ନନ୍ଦିନୀ ପ୍ରଭା ମହାପାତ୍ର, ପିଅନ ଓ ୪ ଜଣ ଛାତ୍ରଛାତ୍ରୀ ମହୁମାଛି ର ଆକ୍ରମଣରେ ଲହୁଲୁହାଣ ହୋଇଥିଲେ ବୋଲି ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.