ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳର ପ୍ରଥମ ବୈଠକ

ଫୁଲବାଣୀ : ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ କନ୍ଧମାଳର ପ୍ରଥମ ବୈଠକ ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ମଲ୍ଲିକ ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର ଲକ୍ଷ୍ୟ ଉଦ୍ଦେଶ୍ଯ ସମ୍ପର୍କରେ ବୁଝାଇ ଥିଲେ l ଉକ୍ତ ବୈଠରେ କନ୍ଧମାଳ ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସିଶି ଈଶ୍ୱର ପାଟିଲ ଯୋଗ ଦେଇ ଚଳିତ ଆର୍ଥିକ ବର୍ଷରେ କଣ କଣ କାର୍ଯ୍ୟକ୍ରମ ହାତକୁ ନିଆ ଯିବ ତାହା ଉପରେ ଆଲୋଚନା କରିଥିଲେ l ଯୋଜନାର ସବିଶେଷ ବିବରଣୀ ଆଟିଡିଏର ପ୍ରକଳ୍ପ ପ୍ରଶାସକ ତଥା ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର ନୋଡାଲ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥାପନା କରି ସାଂସ୍କୃତିକ ଗୃହ, ଜନଜାତି ହାଟ, ଦେବସ୍ଥଳୀର ବିକାଶ, ଜିଲ୍ଲା ଜନଜାତି ସଂଗ୍ରାଳୟ ପ୍ରତିଷ୍ଠା, ଜିଲ୍ଲା ର ଖେଳକୁଦର ବିକାଶ, ଦକ୍ଷତା ବିକାଶ ତାଲିମ, ପ୍ରତ୍ୟେକ ବ୍ଲକରେ ସ୍ୱତନ୍ତ୍ର ସ୍ବେଛାସେବୀ ନିଯୁକ୍ତି, ଅନେକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ଥିଲେ l ସେହିଭଳି ବାଲିଗୁଡା ଆଟିଡିଏର ପ୍ରକଳ୍ପ ପ୍ରଶାସକ୧୨ ଗୋଟି ବ୍ଲକରୁ ଆସିଥିବା ବ୍ଲକ ମଙ୍ଗଳ ସଂପ୍ରସାର ଅଧିକାରୀ, ସମସ୍ତ କାଉନସିଲ ମେମ୍ବର ଯୋଗ ଦେଇ ନିଜ ନିଜ ମତାମତ ଦେଇଥିଲେ l ଶେଷରେ ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ନଳିନୀ କଂହର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଆଟିଡିଏର ବଳଭଦ୍ର ଯାନୀ, ସତ୍ୟ ପ୍ରଧାନ, କୈଳାଶ ସାହୁ, ଦିବ୍ୟ ପଟ୍ଟନାୟକ, ବୈଦ୍ୟନାଥ ଖଟୁଆ ପରିଚାଳନାରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.