ରୋଟାରୀ କ୍ଳବ ଆନୁକୂଲ୍ୟରେ ଡ଼ିଜିଙ୍କ ପରିଦର୍ଶନ କାର୍ଯ୍ୟକ୍ରମ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କେ ପି ଏସ ହୋଟେଲ ଠାରେ ରୋଟାରୀ କ୍ଳବ ଆନୁକୂଲ୍ୟରେ ଡ଼ିଜିଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା ପ୍ରାନ୍ତପାଳ ରୋଟାରିଆନ ପ୍ରଭୂଦତ୍ତ ସୁବୁଦ୍ଧି ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ମଞ୍ଜୁସା ସୁବୁଦ୍ଧି ସହ ରୋଟାରୀ ଜିଲ୍ଲା ପ୍ରାନ୍ତପାଳ ରୋଟାରିଆନ ରବିନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଫୁଲବାଣୀ ରୋଟାରୀ କ୍ଳବର ଉର୍ଣ୍ଣତି,ପରିଚାଳନା,ବିଭିନ୍ନ ସେଵା ମୁଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ l ରୋଟାରୀ କ୍ଲବ ଫୁଲବାଣୀ ତରଫରୁ ନିଶୁଳ୍କ ଚକ୍ଷୁ ଚିକିତ୍ସାଳୟ ଯୁବ ସମାଜରେ ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ l ବରିଷ୍ଠ ରୋଟାରିଆନ ବିପ୍ର ଚରଣ ପାତ୍ର ଦାନ,ଧର୍ମ, ସେଵା ସମ୍ପର୍କିତ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ lଉକ୍ତ କାର୍ଯ୍ୟକ୍ରମକୁ ରୋଟାରୀ କ୍ଲବର ସଭାପତି ହରିଶ୍ଚନ୍ଦ୍ର ମହାରଣା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ l ସେହିପରି ଅତିଥି ପରିଚୟ ଶ୍ରୀମତୀ ହରପ୍ରିୟା ମିଶ୍ର ପ୍ରଦାନ କରିଥିବା ବେଳେ ରୋଟାରିଆନ ବିରାଜିନି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ନୂତନ ସଭ୍ୟ ଭାବେ ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ଏବଂ ଅବସର ପ୍ରାପ୍ତ ସେନା ବିଭାଗ ଅଧିକାରୀ ମୁକ୍ତି କାନ୍ତ ମହାନ୍ତି ଶପଥ ଗ୍ରହଣ କରିଥିଲେ lଉକ୍ତ ସଭାରେ ରୋଟାରିଆନ ପୱନ ଅଗ୍ରୱାଲ,କୁମାର କୁନ୍ଦନ ସିଂ,ଦେବେନ୍ଦ୍ର ପାତ୍ର,ରବି ନାରାୟଣ ସୁବୁଦ୍ଧି,ପଦ୍ମ ଚରଣ ସ୍ୱାଇଁ ,ଶରତ ଚନ୍ଦ୍ର ସୁବୁଦ୍ଧି,ଟି ବାଲାଜି ପାତ୍ର,ସତ୍ୟ ସୁନ୍ଦର ମିଶ୍ର,ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିବା ବେଳେ ରୋଟାରିଆନ ପ୍ରସନ୍ନ ପଣ୍ଡା ଓ ପ୍ରକାଶ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସୁପରିସମାପ୍ତି ଘଟିଥିଲା l

nis-ad
Leave A Reply

Your email address will not be published.