୭ ହଜାର ଟଙ୍କା ଲାଞ୍ଚ ମାମଲାରେ ଅଭିଯୁକ୍ତକୁ ୪ ବର୍ଷ ସଶ୍ରମ କାରାଦଣ୍ଡ ୧୦ ହଜାର ଜୋରିମାନା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଭିଜିଲାନ୍ସ ଜଜ ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଉଦ୍ୟାନ ବିଭାଗ କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀଙ୍କୁ ଚାରି ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କରିବାସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକା ୬ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ ।ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରଦୀପ କୁମାର ଚୌଧୁରୀ ନିଜ ବିଭାଗର ସୁନୀଲ ବେହେରା ନାମକ ଜଣେ ଫିଲ୍ଡ କର୍ମଚାରୀଙ୍କ ସାଲାରୀ ଆକାଉଣ୍ଡ ଏସବି ଆଇ ବାଲିଗୁଡରୁ ଫୁଲବାଣୀ ଆନ୍ଧ୍ରବ୍ୟାଙ୍କକୁ ଟ୍ରାନ୍ସଫର କରିବାକୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ । ଭିଜିଲାନ୍ସ ପକ୍ଷରୁ ୪୪/୧୮ ରେ ମାମଲ ରୁଜୁ ହୋଇଥିଲା । ଫୁଲବାଣୀ ଭିଜିଲାନ୍ସ ଡ଼ିଏସପି ଆର. କେ ସୁନା ଆଇ, ରହିଥିବା ବେଳେ ପି. ଛତ୍ରିଆ ଟି ଏଲ ଓ ଦାଇତ୍ୱ ତୁଲାଇଥିଲେ । ବରିଷ୍ଠ ଆଇନଜୀବୀ ତଥା ଭିଜିଲାନ୍ସ ସ୍ବତନ୍ତ୍ର ପିପି ଭି. ଭି ରାମ ଦାଶ ମକଦମା ପରିଚାଳନା କରୁଥିଲେ l

nis-ad
Leave A Reply

Your email address will not be published.