କନ୍ଧମାଳ ଜିଲ୍ଲା ରଜକ (ଧୋବା) ସମିତିର ମହାସଭା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରଜକ (ଧୋବା) ସମିତି ଫୁଲବାଣୀର ମହାସଭା ତଥା ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ କୋର୍ଟ ଛକ ନିକଟସ୍ଥ କନ୍ଧମାଳ ଫୁଟବଲ ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତା ମନୋନୀତ କରାଯାଇଥିଲା । ଶଙ୍କର ବେହେରା ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ କାଉନ୍ସିଲର ଟୁକନ୍ଦର ସେଠୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି l ସେହିପରି ଉପ ସଭାପତି ଭାବେ ବିରୁପାକ୍ଷ ବେହେରା, ଦାଶରଥ୍ ବେହେରା ଓ ଅନ୍ତର୍ଯ୍ୟାମୀ ବେହେରା, କୋଷାଧ୍ଯକ୍ଷ ଭାବେ ସରୋଜ ବେହେରା ଓ ସହ ସମ୍ପାଦକ ଭାବେ ଗୀତାଞ୍ଜଳି ବେହେରା, କାଁହୁଚରଣ ବେହେରା, କୁଳ ବେହେରା ଭାବେ ସୁଧୀର ବେହେରା, ଓ ସହ କୁଳ ବେହେରା ଭାବେ ହରିହର ବେହେରା ନିର୍ବାଚିତ ହୋଇଛନ୍ତି ।ସଙ୍ଘକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଭାଗିରଥି ବେହେରା, ବସନ୍ତ ବେହେରା ଓ ଚକ୍ରଧର ବେହେରାଙ୍କୁ ଉପଦେଷ୍ଟା ଭାବେ
ମନୋନୀତ କରାଯାଇଛି ।ଏତତ ବ୍ୟତୀତ ୧୭ ଜଣିଆ କାର୍ଯ୍ୟକାରୀ ସଦସ୍ୟଙ୍କୁ ମଧ୍ଯ ମନୋନୀତ କରାଯାଇଥିବା ଏବଂ ଆଗାମୀ ଦିନରେ ସଂଘ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସହିତ ସଂଘର ସଦସ୍ୟମାନଙ୍କ ମଧ୍ୟରେ ଯେପରି ଏକତା ଓ ଭାଇଚାରା ଭାବ ରହିବ ସେ ନେଇ ସଂଘ ସଭାପତି ଭାବରେ ଚେଷ୍ଟା କରିବି ବୋଲି ଶ୍ରୀ ବେହେରା କହିଛନ୍ତି l

nis-ad
Leave A Reply

Your email address will not be published.