ବେଆଇନ ବର୍ଦ୍ଧିତ ଘର ଟିକସ ସଂଗ୍ରହକୁ ବନ୍ଦ କରିବା ପାଇଁ ସମସ୍ତ କର୍ପୋରେଟରଙ୍କୁ ନିବେଦନ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ…


ବ୍ରହ୍ମପୁର : ବେଆଇନ ବର୍ଦ୍ଧିତ ଘର ଟିକସ ସଂଗ୍ରହକୁ ବନ୍ଦ କରିବା ପାଇଁ କମିଶନର, ମେୟରଙ୍କ ପରେ ସ୍ଥାନୀୟ ସମସ୍ତ କର୍ପୋରେଟରଙ୍କୁ ନିବେଦନ କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ଗତ କୋଭିଡ ମହାମାରୀବେଳେ ଜୀବନ ମରଣର ତାଣ୍ଡବ ଚାଲିଥିବାବେଳେ ଜନତାଙ୍କ ମଧ୍ୟରେ ଏକ ପ୍ରକାର ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡିଶା ରାଜ୍ୟ ସରକାର ଲୋକଙ୍କ ଦୁର୍ବଳ ପରିସ୍ଥିତିର ସୁଯୋଗ ନେଇ ବ୍ରହ୍ମପୁର, ଭୁବନେଶ୍ୱର ଓ କଟକ ମହାନଗର ନିଗମରେ ଘର ଟିକସକୁ ବହୁ ଗୁଣରେ ବୃଦ୍ଧି କଲେ l ସୂଚନାଯୋଗ୍ୟ ଯେ, ସେତେବେଳେ କୌଣସି ନିଗମରେ ପୌର ନିର୍ବାଚନ ହୋଇନଥିବାରୁ ନିର୍ବାଚିତ ଲୋକ ପ୍ରତିନିଧି ଅର୍ଥାତ କର୍ପୋରେଟର ନ ଥିଲେ l ଗୋଟିଏ ପକ୍ଷରେ କୋଭିଡ କଟକଣାରେ ଲୋକେ ଘର ଭିତରେ ବାନ୍ଧି ହୋଇପଡିଥିବା ବେଳେ ଆଉ ଗୋଟିଏ ପକ୍ଷରେ ଲୋକ ପ୍ରତିନିଧି ଶୂନ୍ୟ ହୋଇପଡ଼ିଥିଲା ମହାନଗର ନିଗମ l ଏହି ପରିସ୍ଥିତିର ସୁଯୋଗ ନେଇ ଓଡିଶା ରାଜ୍ୟ ସରକାର ଘର ଟିକସକୁ ବହୁ ଗୁଣରେ ବୃଦ୍ଧି କଲେ l ଦୁଃଖ, ଅଭିଯୋଗ କରିବାକୁ ଲୋକମାନେ ସମ୍ପୂର୍ଣ ଭାବେ ଉପାୟଶୂନ୍ୟ ହୋଇପଡ଼ିଥିଲେ l ଏଣୁ ଏହି ଜନ ବିରୋଧୀ ନିଷ୍ପତ୍ତିକୁ ବିରୋଧ କରିବାରେ ଲୋକମାନେ ସବୁପ୍ରକାର ଚେଷ୍ଟା କଲେ l

ଲୋକଙ୍କ ଦୃଢ଼ ପ୍ରତିବାଦ ଫଳରେ କଟକ, ଭୁବନେଶ୍ୱରରେ ଏହି ବର୍ଦ୍ଧିତ ଘର ଟିକସକୁ ବାତିଲ କରାଗଲା, କିନ୍ତୁ ବ୍ରହ୍ମପୁରବାସୀଙ୍କ ଉପରେ ଏହି ବର୍ଦ୍ଧିତ ଘର ଟିକସକୁ ବଳବତ୍ତର ରଖାଗଲା ଓ ବର୍ଦ୍ଧିତ ଟିକସ ସଂଗ୍ରହ କରାଗଲା l ଏହି ବର୍ଦ୍ଧିତ ଟିକସ ସଂଗ୍ରହକୁ ବାତିଲ ଓ ସଂଗୃହିତ ହୋଇସାରିଥିବା ଟିକସ ରାଶି ଲୋକଙ୍କୁ ଫେରାଇବାପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଧେଶ ହେଲେ ବି ବ୍ରହ୍ଣପୁରବାସୀଙ୍କ ଠାରୁ ବର୍ତମାନ ବେଆଇନ ଭାବେ ବର୍ଦ୍ଧିତ ଟିକସ ସଂଗ୍ରହ ଚାଲିଛି, ଯାହାକି ଏକ ଅନ୍ୟାୟ ଓ ଅଗଣତାନ୍ତ୍ରିକ ପଦକ୍ଷେପ ଅଟେ l କାରଣ ତିନୋଟି ମହାନଗର ନିଗମ ପାଇଁ ଯେତେବେଳେ ଏକା ସମୟରେ ଟିକସ ବୃଦ୍ଧି କରାଯାଇଥିଲା, ଏହି ଟିକସ ବୃଦ୍ଧି ନିଷ୍ପତ୍ତିକୁ ବେଆଇନ ଦର୍ଶାଇ ଟିକସ ସଂଗ୍ରହକୁ ବନ୍ଦ କରିବାପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଧେଶ ଦେଲେ ତା ହେଲେ ସେହି ନିର୍ଧେଶ ଭୁବନେଶ୍ୱର, କଟକ ପାଇଁ ଗୋଟିଏ ଆଉ ବ୍ରହ୍ମପୁର ପାଇଁ ଆଉ ଗୋଟିଏ ନିୟମ କିପରି ହେବ ଓ ଲୋକପ୍ରତିନିଧିଙ୍କ ବିନା ମଞ୍ଜୁରୀରେ ଲୋକଙ୍କ ଉପରେ ବର୍ଦ୍ଧିତ ଟିକସ ଲଦିବା ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ନା ଏକଛତ୍ରବାଦୀ ନୀତି ବୋଲି ପ୍ରଶ୍ନ କରିଛନ୍ତି ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା l ଏଣୁ କଟକ, ଭୁବନେଶ୍ୱରରେ ବାତିଲ କରିଲାଭଳି ବ୍ରହ୍ମପୁରରେ ମଧ୍ୟ ଟିକସ ସଂଗ୍ରହକୁ ବନ୍ଦ କରି ସଂଗୃହିତ ରାଶି ଲୋକଙ୍କୁ ଫେରାଇବା ପାଇଁ କାଉନସିଲ ମିଟିଂରେ ଦାବୀ ଉଠାଇ ବ୍ରହ୍ମପୁରବାସୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଜି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ମଞ୍ଚର ବରିଷ୍ଠ ସଭ୍ୟ ଏସ. ସlମ୍ବଶିବା ରାଓ ଓ ସମାଜସେବୀ ମନୋଜ ତରାଇ ସମସ୍ତ କର୍ପୋରେଟରଙ୍କୁ ନିବେଦନ କରିଛନ୍ତି l

nis-ad
Leave A Reply

Your email address will not be published.