ହୋଡିଂ ଉପରେ କାମ କରୁଥିବା ବେଳେ ମହୁମାଛି ଆକ୍ରମଣ, ତଳେ ପଡି ଜଣେ ମୃତ

ବାରଙ୍ଗ: ବାରଙ୍ଗ ଥାନା ଅନ୍ତର୍ଗତ ବଙ୍ଗାଳି ସାହି ଛକରେ ଥିବା ୫୦ ପୁଟର ହୋଡିଂ ଉପରେ ଚଡି କାମ କରିବା ବେଳେ ମହୁମାଛି ଆକ୍ରମଣରେ ଖସି ପଡ଼ି ଯୁବକ ମୃତ ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଟୋରେଣ୍ଟ ଆଡ଼ଭାଇଟାଇଜମେଣ୍ଟ କମ୍ପାନୀ ଅଧୀନରେ କାମ କରୁଥିବା ଦୁଇ ଜଣ ଯୁବକ ବିଳମ୍ବିତ ରାତିରେ ବାରଙ୍ଗ ବଙ୍ଗାଳି ସାହି ଛକରେ ଥିବା ୫୦ ପୁଟ ହୋଡିଂ ଉପରେ ଚଢ଼ି କାମ କରୁଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ।

ଏହି ମହୁମାଛି ଆକ୍ରମଣରେ ଜଣେ ଯୁବକ ହୋଡିଂ ଉପରୁ ଏକ ପରିତ୍ୟକ୍ତ ଆଜବେଷ୍ଟ ଘର ଉପରେ ଖସି ପଡ଼ିଥିଲେ । ଫଳରେ ଯୁବକ ଜଣଙ୍କ ଆଜବେଷ୍ଟ ଭାଙ୍ଗି ଘର ଭିତରେ ପଡ଼ି ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଅନ୍ୟ ସହଯୋଗୀ ମାନେ ଗୁରୁତର ଯୁବକଙ୍କୁ ଚିକିତ୍ସା ନିମନ୍ତେ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଯୁବକ ଜଣକ କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା ଅଧିନ କୁସପାଙ୍ଗି ଗ୍ରାମର ବିଜୟ କୁମାର ବେହେରା ( ୨୪) ବୋଲି ଜଣା ପଡ଼ିଛି । ଏ ସଂକ୍ରାନ୍ତରେ ବିଜୟ କୁମାର ବେହେରାଙ୍କ ପିତା ପ୍ରେମା ବେହେରା ବିଜୟ କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ନାମରେ ବାରଙ୍ଗ ଥାନା ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି ବାରଙ୍ଗ ପୋଲିସ ।

nis-ad
Leave A Reply

Your email address will not be published.