ଟ୍ରକ୍‌କୁ ଏକ ଲକ୍ଷ ଟଙ୍କା ଫାଇନ୍‌

ଭଦ୍ରକ: ବାଲି ବୋଝେଇ ଟ୍ରକ୍‌କୁ ଏକ ଲକ୍ଷ ଟଙ୍କା ଫାଇନ୍‌ । ଓଭର ଲୋଡିଂ ପାଇଁ ଫାଇନ୍‌ କରିଛନ୍ତି ଭଦ୍ରକ ତିହିଡି ତହସିଲଦାର ପ୍ରତୀକ ସାହୁ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି ବଜାର ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିଲା ଟ୍ରକ୍‌ଟି । ଦ୍ରୁତ ଗତିରେ ଯାଉଥିବାରୁ ଟ୍ରକ୍‌କୁ ଅଟକାଇଥିଲେ ତହସିଲଦାର ।

ତେବେ ଟ୍ରକ୍‌ଟି ନଅଟକିବାରୁ କିଛି ବାଟ ଯାଏ ପଛେ ପଛେ ଯାଇ ଗାଡିଟିକୁ ଧରିବାକୁ ସକ୍ଷମ ହୋଇଥିଲେ ତହସିଲଦାରଙ୍କ ଟିମ୍‌ । ଏବେ ଟ୍ରକ୍‌କୁ ଏକ ଲକ୍ଷ ଟଙ୍କା ଫାଇନ୍‌ କରିବା ସହ ଜବତ କରି ତିହିଡି ଥାନାରେ ଅଟକ ରଖିଛନ୍ତି । ମୋଟ ଫାଇନ ମଧ୍ୟରୁ ୫୬୦ ଟଙ୍କା ରୟାଲିଟି, ୨ ହଜାର ୯୯୭ ଟଙ୍କା ପରିବେଶ ଫାଇନ ଏବଂ ୯୬ ହଜାର ୪୪୩ ଟଙ୍କା ଫାଇନ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.