ବ୍ରହ୍ମପୁର ମହାନଗରକୁ ପ୍ରଗତିଶୀଳ ଓ ବୃହତ୍ତର ସହର କରିବା ପାଇଁ ଦାବୀ ଜଣାଇଲା ବିଜେପି

ବ୍ରହ୍ମପୁର : ବ୍ରହ୍ମପୁର ସହରକୁ ପ୍ରଗତିଶୀଳ ଓ ବୃହତ୍ତର ସହର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ରହ୍ମପୁର ମ୍ୟୁନିସିପାଲଟି ୧୯୭୦ ମସିହାରୁ ମାଷ୍ଟର ପ୍ଲାନ୍ କରାଯାଇଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ । ଯାହାକି ବିଶାଖାପାଟଣା ବ୍ରହ୍ମପୁର ସହର ଏକା ଥରେ ଗଢି ଉଠିଥିଲା।ତେବେ ଆଶାନୁନୁଯାୟୀ ସହରର ବିକାଶ ହୋଇ ପାରିନାହିଁ ବୋଲି ଅଭିଯୋଗ କରିଛ ଜିଲ୍ଲା ଭାରତୀୟ ଜନତା ପାର୍ଟି ଉପସଭାପତି ରାମ କୁମାର ପାତ୍ର। ଆସନ୍ତା ୧୦୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିହିତ ପଦକ୍ଷେପ ନେବାକୁ ଦାବି କରିଛି ବିଜେପି ।

ଏପରିକି ବ୍ୟବସାୟିକ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ ଓ ଶିଳ୍ପ କାରଖାନା, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଆନ୍ତର୍ଜାତୀୟ ବିମାନ ବନ୍ଦର ସହ ରାସ୍ତା, ଡ୍ରେନ, ପାନୀୟ ଜଳ ଇତ୍ୟାଦି ମାଷ୍ଟର ପ୍ଲାନ୍ ରେ ଅନ୍ତର୍ଭୁକ୍ତ କରି ବ୍ରହ୍ମପୁର ସହରରେ ବିକାଶ ଧାରା ଜାରି ରଖିବାକୁ ଦାବି ହୋଇଛି । ଫଳରେ ବ୍ରହ୍ମପୁର ମହାନଗର ନିଗମ ୩୯ କିଲୋ ମିଟର ବ୍ୟାସରେ ଏକ ନୂତନ ସହର ଗଢି ଉଠିପାରିବ । ତେବେ ଏହି ଏହି ଦାବୀ କୁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି ରଖିଛି ଭାରତୀୟ ଜନତା ପାର୍ଟି। ଜିଲ୍ଲା ଉପ ସଭାପତି ରାମ ପାତ୍ରଙ୍କ ନେତୃତ୍ୱରେ ଡା. ସୁବାଷ ସାହୁ, ପ୍ରଭାତ କିରଣ ଷଡଙ୍ଗୀ, ତୁତୁନ ପାତ୍ର, ଅଶୋକ ନିମାଇଁ, ଜିଲ୍ଲା ସଭାନେତ୍ରୀ ରତ୍ନଗର୍ଭା ସରସ୍ୱତୀ ଙ୍କ ସମେତ ବହୁ ବିଜିପି କର୍ମକର୍ତ୍ତା ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.