ପ୍ରେମ ଜନିତ ଘଟଣାକୁ କେନ୍ଦ୍ର କରି ଗ୍ରାମ ବାସୀଙ୍କ ପ୍ରଜାକୋର୍ଟ : ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ୩୨,୦୦୦ ଟଙ୍କା ଜୋରିମାନା

ଉମରକୋଟ (୨୩/୦୩/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ପଞ୍ଚାୟତ ବିରିପୁର ଗ୍ରାମରେ ଏକ ଅଭାବିନିୟ ଘଟଣା ଯାହାର ଭିଡିଓ ଭାଇରଲ ହୋଇ ନିନ୍ଦନିୟ ବିଷୟ ପାଲଟିଛି l ସୂଚନା ଥାଉକି ବିରିପୁର ଡିଏନକେ ୩୧/ଏ ଗ୍ରାମବାସୀଙ୍କ ଦ୍ଵାରା ମାଓବାଦୀ ଙ୍କ ପରି ପ୍ରଜା କୋର୍ଟ ବସାଇ ବିଚାର କରି ମୃତ୍ୟୁ ଦଣ୍ଡ ଦେଲା ପରି ନିସ୍ତୁକ ମାଡ଼ ମାରି ରକ୍ତାକ୍ତ କରିବା ସହିତ ବ୍ୟକ୍ତିଙ୍କ ଠାରୁ ବତିଶ ହଜାର ଟଙ୍କା(୩୨୦୦୦/-) ଜୋରିମାନା ନେଲା ପରେ ଭିଡିଓ ଭାଇରଲ କରିବା ଏହା କି ପରି ନ୍ୟାୟ ? ଯାହାକି ସମଗ୍ର ଅଂଚଳରେ ଏକ ପ୍ରକାର ଘୃଣା ଓ ନିନ୍ଦା ର ପରିବେଶ ଦେଖା ଦେଇଛି I
ସୂଚନା ପ୍ରକାରେ ଜଳଙ୍ଗପାରା ପଞ୍ଚାଏତ ପୋରବେଳା ଏକ ନମ୍ବର ଗ୍ରାମର ହରସିତ ଦାସ, ପିତା ମଧୁ ଦାସ ତାଙ୍କ ଭଉଣୀ ଘର ବିରିପୁର ଡିଏନକେ ଗ୍ରାମରେ ବୁଲି ଆସିଥିଲେ ରାତି ବର୍ଷା ଯୋଗୁଁ ଘରକୁ ନଯିବା ପାଇଁ ଭଉଣୀ ବାଧ୍ୟ କରିଥିଲେ ଯାହାଫଳରେ ସେ ଭଉଣୀ ଘରେ ଖାଇବା ପରେ ଭଉଣୀ ର ଶ୍ୱଶୁର ପରିତୋଷ ସରକାର ସହିତ ମିଶି ଶୋଇଥିଲେ କିନ୍ତୁ ରାତି ପ୍ରାୟ ବାରଟା ବେଳେ ବିରପୁର ଗ୍ରାମର ଜଗନ୍ନାଥ ବାଡ଼ଇ ଓ ତାଙ୍କ ସ୍ତ୍ରୀ ପରିତୋଷ ସରକାରଙ୍କୁ ଘରକୁ ଆସି ଡାକି ତୁମ ଘରେ ମୋର ଝିଅ ଆସିଛି କହି ଅଭିଯୋଗ କରିବା ସହ ଘର ସାରା ଖୋଜା ଖୋଜି କରିବାକୁ ଲାଗିଲେ ଯାହାକୁ ନେଇ ପରିତୋଷ କଣ ହେଲା କହିବାରୁ କହିଲେ ତମର ବୋହୂର ଭାଇ ହରସିତ ମୋର ଝିଅକୁ ଧରି ପଳାଇଛି ସେତେବେଳେ ପରିତୋଷ କହିଲେ ଯେ ମୋର ବୋହୂର ଭାଇ ହରସିତ ମୋ ପାଖରେ ଶୋଇଛି ଆଉ ତମର ଝିଅ ମୋ ଘରକୁ ହିଁ ଆସି ନାହିଁ, ସବୁ କିଛି ଦେଖିଲା ପରେ ଜଗନ୍ନାଥ ବାଡ଼ଇ ଓ ତାଙ୍କ ସ୍ତ୍ରୀ ତାଙ୍କ ଘରକୁ ଯାଇଥିଲେ l ସକାଳୁ ହରସିତ ନିଜ ଗ୍ରାମ କୁ ଯିବା ସମୟରେ ରାସ୍ତାରେ ବିରପୁର ଗ୍ରାମର ଭୋଳା ବାଡ଼ଇ, ଜଗନ୍ନାଥ ବାଡ଼ଇ ଓ ହାତୀବେନା ଡିଏନକେ ଗ୍ରାମର ଜଗନ୍ନାଥଙ୍କ ବଡ଼ ଜୁଇଁ ଦୀପଙ୍କର ସରକାର ଏବଂ ତାଙ୍କରି ଅନ୍ୟ ଅନ୍ୟ ପରିବାର କିଛି ସଦସ୍ୟ ମିଶି ହରସିତ କୁ ଅଟକାଇ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହିତ ରକ୍ତାକ୍ତ କରିଥିଲେ l ଏହି ଘଟଣା ପୋରବେଳା ଡିଏନକେ ହରସିତଙ୍କ ପରିବାର ଜାଣିଲା ପରେ ଗ୍ରାମର ପ୍ରେସିଡେଣ୍ଟ ଓ ମୁଖ୍ୟ ଲୋକଙ୍କୁ ଧରି ବିରପୁର ଡିଏନକେ ଗ୍ରାମରେ ଆସି କାହିଁକି ବାନ୍ଧିଛ ପଚାରିବାରୁ ବିରିପୁର ଡିଏନକେ ଗ୍ରାମବାସୀ କହିଲେ ଆମ ଗାଁର ଝିଅ ସଙ୍ଗରେ ଏ ପିଲାର ପ୍ରେମ ସମ୍ପର୍କ ଅଛି l ଏହାର ବିଚାର କରାଯିବ କହି ବିରପୁର ଡିଏନକେ ଗ୍ରାମର ପ୍ରେସିଡେଣ୍ଟ ତରୁଣ ବିଶ୍ୱାସ, ସୁଜିତ ପ୍ରାମାଣିକ, ଦୀପକ ପ୍ରାମାଣିକ, ଅଲୋକ ବିଶ୍ୱାସ, ଶତତେନ ସରକାର, ବୁଦ୍ଦୁ ଦାସ, ତପନ ଶିକାରୀ, ନିତାଇ ଶିକାରୀ ଓ ଗ୍ରାମର ଅନ୍ୟ ଅନ୍ୟ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ପୋରବେଳା ଲୋକଙ୍କୁ ଠାରୁ ପଚିଶ ହଜାର (୨୫୦୦୦/-) ଓ ଜବର ଦୋସ୍ତି ପରିତୋଷ ସରକାରଙ୍କ ଘରେ କାହିଁକି ଥିଲେ ବଲି ସାତ ହଜାର ଟଙ୍କା (୭୦୦୦/-)ଜୋରିମାନା ଲଗାଇ ତାହାବି ନେଇଥିଲେ l ଏଠାରେ ସୂଚନା ଥାଉକି ଯଦି ଗ୍ରାମ ଲୋକେ ଓ ଝିଅର ପରିବାର ହରସିତ ଦୋଷୀ ବୋଲି ଜାଣିଲେ ତେବେ ବିରିପୁର ଗ୍ରାମବାସୀ କାହିଁକି ଆଇନର ଆଶ୍ରୟ ନେଲେ ନାହିଁ ଓ ହରସିତ କୁ ପୋଲିସ ପ୍ରଶାସନର ହାତକୁ ନ ଦେଇ ନିଜେ ଆଇନ ବନାଇ ପ୍ରଜାକୋର୍ଟ ରେ ତାକୁ ଶାସ୍ତି ଦେବାର ଅଧିକାର ଦେଲା କିଏ ବୋଲି ଅଞ୍ଚଳର ବୁଦ୍ଧି ଜୀବି ଓ ସାଧାରଣ ନିନ୍ଦା କରିବା ସହିତ ପ୍ରଶ୍ନ ଉଠାଇ ଛନ୍ତି l ଏବଂ ମାଡ ମାରିବା ଭିଡିଓ ଭାଇରଲ କରି ଚରିତ୍ର କୁ ନଗ୍ନ କରିବା ଠାରୁ ବଡ଼ ନିନ୍ଦନିୟ କଣ ହୋଇପାରେ, ଏହିପରି ଅଧିକାର ଦେଲାକିଏ…? ଏହି ଘଟଣା କୁ ନେଇ ନିଃସର୍ତ୍ତ ପ୍ରତିନିଧି ବିରିପୁର ଡିଏନକେ ଗ୍ରାମରେ ପହଁଞ୍ଚି ଗ୍ରାମର ପ୍ରେସିଡେଣ୍ଟ ମହାଶୟ ତରୁଣ ବିଶ୍ୱାସଙ୍କୁ ଭିଡିଓ ଭାଇରଲର ତଥ୍ୟ ସଂଗ୍ରହ କରୁଥିବା ବେଳେ ସେଠି ଉପସ୍ଥିତ ଅଲୋକ ବିଶ୍ୱାସ କହିଲେ ଆମେ ଗ୍ରାମବାସୀ ଯାହା କରିଛୁ ଠିକ କରିଛୁ , ଏଠାରେ ପୋଲିସ କଣ କରିବ? ସେ ପିଲା ଅନ୍ୟାୟ କରିଛି ତେଣୁ ଆମେ ଜୋରିମାନା ଆଦାୟ କରି ଭିଡିଓ ଭାଇରଳ କରିଛୁ l ଅବସ୍ଥାରେ ଫୋନ ଯୋଗେ ହରସିତଙ୍କୁ ଯୋଗାଯୋଗ କରିବାରୁ ତାଙ୍କେ କହିଲେ ହଁ ମୁଁ ସେ ଝିଅକୁ ତିନି ମାସ ହେଲା କଥା ବାର୍ତା କରୁଛି କିନ୍ତୁ ତାର ବୟସ ନ ହେବାରୁ ମୁଁ ମନା ମଧ୍ୟ କରିଛି ମୋ ସହିତ ସମ୍ପର୍କ ନରଖିବାକୁ କାରଣ ତାହାର ବୟସ ନ ହେବା ଯାଏ ମୁଁ କୌଣସି ନିଷ୍ପତି ନେବି ନାହିଁ ବୋଲି ରୋକ ଠୋକ ବାରଣ କରିବା ସତ୍ୱେ ସେ ମତେ ଏକ ତରଫା ପ୍ରେମ ଓ ଫୋନ କରେ l ସେ ଯେତେ କହିଲେ ବି ମୋ କଥା ମାନୁ ନାହିଁ ଓ ଘଟଣା ଘଟିବା ଦିନ ମୁଁ ସେ ଝିଅ ସଙ୍ଗେ ଦେଖା କରି ନାହିଁ କିମ୍ବା ବିରପୁର ଗ୍ରାମର କୌଣସି ବ୍ୟକ୍ତି ମତେ ବା ଝିଅକୁ ମିଶିବା ଦେଖି ନାହାନ୍ତି l ଏହି ଘଟଣା ବିଭିନ୍ନ ଗଣ ମାଧ୍ୟମରେ ପ୍ରସାର ହେଲା ପରେ ହରସିତ ଦାସ କାହାକୁ କିଛି ନଜଣାଇ ଲଜ୍ୟା ଓ ଅପମାନ ରେ ନିରୁପାୟ ହୋଇ ଘରୁ କୁଆଡେ ଚାଲି ଯାଇଛନ୍ତି, ଯାହାକୁ ନେଇ ହରିସିତ ର ପରିବାର ଲୋକ ଆଶଙ୍କା କରୁଛନ୍ତି କାଳେ ଲୋକ ଲଜ୍ୟା କାରଣ ରୁ ସେ କିଛି ଭୁଲ ନିଷ୍ପତି ନନେଉ l ଏହି ଘଟଣା କୁ ଗ୍ରାମର ଲୋକ ମାନେ ଆଇନ ହାତକୁ ନେଇ ଏହି ପରି ନିଷ୍ପତି ନେବା, ଭିଡିଓ ଭାଇରଳ କରିବା କେତେଦୂର ଆଇନ ସଂଯତ ତାହାକୁ ଭିତ୍ତି କରି ରାଇଘର ଅଞ୍ଚଳ ର ବୁଦ୍ଧି ଜୀବି ଓ ସାଧାରଣ ରେ ଏହା ଚର୍ଚ୍ଚା ର ବିଷୟ ପାଲଟିଛି l ଏବେ ଦେଖିବାକୁ ବାକି ରହିଲା ହରସିତର ପରିବାର ପ୍ରଶାସନର ଦ୍ଵାରସ୍ତ ହେଉଛନ୍ତି କି ନାହିଁ ? ପ୍ରଶାସନର ଦ୍ଵାରସ୍ତ ହେଲେ ପ୍ରଶାସନ କଣ ପଦେକ୍ଷପ ନେଉଛି ତାହା ଦେଖିବାକୁ ବାକି ରହିଲା l ସୂଚନା ଥାଉକି ହରିସିତ ଓ ତାଙ୍କ ପରିବାର ଲୋକେ ବହୁତ ଭୟ ଭିତ ହୋଇ ରହିଥିବା ଦେଖିବାକୁ ମିଳିଛି ଯାହାକି ଏତେ ବଡ଼ ଘଟଣା ଘଟିବା କୁ ନେଇ ମାନସିକ ସ୍ତରରେ ଭାଙ୍ଗି ଥାନାର ଦ୍ଵାରସ୍ତ ହୋଇ ନାହାନ୍ତି କିନ୍ତୁ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଵି ପୋଲିସ ଅଭିଯୋଗ କୁ ଅପେକ୍ଷା କରି ବସିଛି

nis-ad
Leave A Reply

Your email address will not be published.