ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ନବବର୍ଷ ପାଳିତ…

ଫୁଲବାଣୀ : ଭାରତୀୟ ସଂସ୍କୃତି ପରମ୍ପରା ଆଧାରରେ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ରାଷ୍ଟ୍ରୀୟ ନବ ବର୍ଷ ପଡିଥାଏ l ଏହି ଦିନ ବ୍ରହ୍ମାଙ୍କ କାଳ ଗଣନା ଆରମ୍ଭ, ଯୁଧିଷ୍ଠିର ଙ୍କ ରାଜ୍ୟାଭିଷେକ, ପ୍ରଭୁ ରାମଚନ୍ଦ୍ରଙ୍କ ରାଜ୍ୟା ଭିଷେକ, ବିକ୍ରମ ସମ୍ବତ ଆରମ୍ଭ, ଯୁଗାବ୍ଦ ଆରମ୍ଭ, ଶକାବ୍ଦ ପ୍ରଚଳନ, ସ୍ୱାମୀ ଦୟାନନ୍ଦ ସରସ୍ବତୀ ଙ୍କ ଆର୍ଯ୍ୟସମାଜ ପ୍ରତିଷ୍ଠା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ସଂସ୍ଥାପକ ଡା. କେଶବ ବଳିରାମ ହେଡ଼ଗୱାର ଙ୍କ ଜନ୍ମତିଥି ଅନୁଷ୍ଠିତ ହୋଇଥିଲା l ଏହିଭଳି ଏକ ଭବ୍ୟ ଦିବସକୁ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ ଜିଲ୍ଲା ତରଫରୁ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଛି l ସବୁ ସ୍ଥାନରେ ଝୋଟି ପକେଇ, କଳସ ସ୍ଥାପନା କରି ଦୀପ ଜାଳି, ଆଲୋଚନା ଚକ୍ର, ବୌଦ୍ଧିକ, କବିତା ଆସର ମାନ କରି ପରସ୍ପରକୁ ସ୍ୱାଗତ କରାଯାଇଥିଲା l ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ଜିଲ୍ଲା ସଭାପତି ଡ଼ଃ ଚିତ୍ତରଞ୍ଜନ ମିଶ୍ର ଙ୍କ ସଭାପତିତ୍ବରେ ଅଗ୍ନିହୋତ୍ରୀ ଯଜ୍ଞ ସହ ରାଷ୍ଟ୍ରବାଦୀ କବିତା ପାଠ ଆୟୋଜିତ ହୋଇଥିଲା |

ପରିଷଦର ଉପ ସଭାପତି ପ୍ରସନ୍ନ ପଣ୍ଡା, ସହ ସମ୍ପାଦକ ନିରଞ୍ଜନ ପାଣ୍ଡେ, ଜିଲ୍ଲା ସଂଯୋଜକ ଏ ସନ୍ତୋଷ ପାତ୍ରଙ୍କ ସହଯୋଗରେ ଉପଦେଷ୍ଟା ନବୀନ କିଶୋର ପଣ୍ଡା, ରବୀନ୍ଦ୍ରନାଥ ମିଶ୍ର, ଡ଼ଃ ପୁର୍ନେନ୍ଦୁ ତ୍ରିପାଠୀ, ଅଶୋକ ଭଟ୍ଟ, ବିରଞ୍ଚି ମିଶ୍ର, ବି କେ କମଲ,ରାଜ କିଶୋର ପାଢ଼ୀ ନବ କିଶୋର ରଥ, ସୁନୀତି ଆଚରି, ପିତାମ୍ବର ମିଶ୍ର, ବିରାଜିନୀ ମହାପାତ୍ର ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ l ସେହିପରି ତୁମୁଡିବନ୍ଧ ଶାଖାରେ ସଂଯୋଜିକା ସ୍ଵାଗତିକା ସାହୁଙ୍କ ସହଯୋଗରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଜିଲ୍ଲା ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ଧଳ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ପ୍ରଚାରକ ମୁନୀନ୍ଦ୍ର ଶବର ମୁଖ୍ୟବକ୍ତା ଭାବେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ | ବାଲିଗୁଡାରେ ସଂଯୋଜକ ତୀର୍ଥବାସୀ ଘଡେଇଙ୍କ ଉଦ୍ୟମରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଆୟୋଜିତ ହୋଇଥିଲା | ପ୍ରଥମେ ପିଲାମାନଙ୍କଦ୍ୱାରା ନଗରପରିକ୍ରମା କରାଯାଇଥିଲା | ପରେ ଅତିଥିମାନଙ୍କ ଦ୍ୱାରା ଭବ୍ୟ କାର୍ଯ୍ୟକ୍ରମ

nis-ad
Leave A Reply

Your email address will not be published.