ଏକାଧିକ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ…


କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ଅଙ୍ଗନବାଡି ଭିତ୍ତିଭୂମି, କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରିବା ଓ ରାସ୍ତା ଘାଟ ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ଜଣଜାଗରଣ ମଞ୍ଚ ଲୋକ ସଂଗଠନ ପକ୍ଷରୁ ଆଜି କାଶିପୁର ବ୍ଲକର ସଭାପତି ଯୁଧିଷ୍ଠିର ନାୟକ ଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଓ ପୁରୁଷମାନେ ହନୁମାନ ମନ୍ଦିର ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରା ରେ ଆସି ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରୀ ଙ୍କ ମାଧ୍ୟ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଉକ୍ତ ଦାବୀ ପତ୍ରରେ ସଂଗଠନ ଉଲ୍ଲେଖ କରିଛି ଯେ ବର୍ତମାନ ଗ୍ରୀଷ୍ମ ପ୍ରବାହ ଆସୁଥିବା ଯୋଗୁଁ ଗ୍ରାମ ମାନଙ୍କରେ ଘୋର ପିଇବା ପାଣି ସମସ୍ୟା ଦେଖାଦେଲାଣି ଗତ ଦିନ ମାନଙ୍କରେ ଦୂଷିତ ପାଣି ପିଇ ଗରିବ ଗାଁଉଳି ନିରିହ ପ୍ରାଣର ହାନି ଘଟିଛି । ତାହାକୁ ଆଖିଆଗରେ ରଖି ସରକାର ତୁରନ୍ତ ପ୍ରତି ଗ୍ରାମ ଗୁଡିକରେ ଥିବା ଜଳ ଉତ୍ସ ଗୁଡିକ ନିର୍ମାଣ, ମରାମତି ଓ ବିଶୋଧନ କରାଯାଉ ଏବଂ ଯେଉଁ ଗ୍ରାମ ଗୁଡିକରେ ଜଳ ସଙ୍କଟ ଥିବ ସେଠାରେ ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ କରାଯାଉ l ପ୍ରତି ଗ୍ରାମ ଓ ପଡା ମାନଙ୍କରେ ଥିବା ଲୋକସଂଖ୍ୟା ଆଧାରରେ ନୂତନ ଅଙ୍ଗନବାଡି ,ମିନି ଅଙ୍ଗନବାଡି ଖୋଲାଯାଉ । ଓ ଅଙ୍ଗନବାଡ଼ି କେନ୍ଦ୍ର ର ଭିତ୍ତିଭୂମି ନିର୍ମାଣ, ସେଠାରେ ଥିବା ଜଳ ଉତ୍ସ ଗୁଡିକୁ ମରାମତି କରାଯାଉ l ସରକାର ୮ ବର୍ଷ ରୁ ୧୩ ବର୍ଷ ର କିଶୋରୀ ବାଳିକା ମାନଙ୍କୁ ଯୋଗାଇ ଆସୁଥିବା ସୁବିଧା ୧୪ ବର୍ଷ ରୁ ୧୭ ବର୍ଷ ର କିଶୋରୀ ବାଳିକା ଙ୍କୁ ମଧ୍ୟ ପୋଷଣ ଯୋଜନା ଲାଗୁ କରାଇ ପୃଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ କରାଯାଉ।, ପ୍ରତି ପଞ୍ଚାୟତ ରେ ମଣ୍ତିସ୍ଥାପନ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ବିଦ୍ୟାଳୟ ଯାଉନଥିବା ପିଳା ପାଇଁ ମୋଚାଟଶାଳି କେନ୍ଦ୍ର ଖୋଳି ଶିକ୍ଷା ପ୍ରଦାନ କରାଯାଉ l ଏଥିରେ ଅନ୍ୟାନ୍ୟ ସମସ୍ୟା ଯେମିତିକି ରାସ୍ତାଘାଟ , ଶୋକପିଟ ଓ ଡ୍ରେନେଜ ଆଦି ନିର୍ମାଣ ଓ ମରାମତି କରାଯିବା ଦର୍ଶାଯାଇଛି l ଏହି ଶୋଭାଯାତ୍ରାରେ ସଂଗଠନର ସମ୍ପାଦିକା ଶୁଲଚନା ଝୋଡିଆ ଓ ସଦସ୍ୟା/ ସଦସ୍ୟ ସବନା ମାଝୀ,ଗଙ୍ଗାଧର ମାଝୀ,ନାଥ ଚାଳାନ, ଦିପା ଝୋଡିଆ,ପୃଥି ଝୋଡିଆ,ହରି ଝୋଡିଆ,ପଙ୍ଗୁଳୁ ମାଝୀ, ସୀମାଞ୍ଚଳ ନାଏକ,କେଶବ ମାଝୀ ସୁରେନ୍ଦ୍ର ଝୋଡିଆ,ସାବି ଝୋଡିଆ ଶୁରତ ଗୋପାଳ,ପଦମନ ମାଝୀ,ପାଇକ ମାଝୀ, ଇନ୍ଦୁମତି ଖରା, ଭାଗିରଥି ସାହୁ, ବିଶେନ୍ଦ୍ର ନାଏକ, ପ୍ରମୁଖଙ୍କ ତତ୍ଵାବଧାନରେ ପରିଚାଲିତ କରାଯାଇଥିଲା l

nis-ad
Leave A Reply

Your email address will not be published.