ଫୁଲବାଣୀ ସଟଲର୍ସ ପକ୍ଷରୁ ଦୁଇ ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା, ଅନୁଗୋଳ ଚମ୍ପିଆନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ୟାଡମିଣ୍ଟନ ଆସୋସିଏସନ୍ ଓ ଫୁଲବାଣୀ ସଟଲର୍ସ ପକ୍ଷରୁ ଦୁଇ ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଇନଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ସହକାରୀ ଜିଲ୍ଲାପାଳ ବୁନା ପ୍ରଧାନ, ଜିଲ୍ଲା କ୍ରୀତ। ସଂସଦ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ, ଜିଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ଫୁଲବାଣୀ ହୋଲ୍‌ସେଲ ଆସୋସିଏସନ ସଭାପତି ପଦ୍ମଚରଣ ସ୍ଲାଇଁ ପ୍ରମୁଖ ଯୋଗ ଦେଇଥିଲେ । ଫୁଲବାଣୀ ସଟନର୍ସର ସଭାପତି ପଦ୍ମଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅତିଥି ଉଦଘାଟନ କରିଥିଲେ। ପ୍ରତିଯୋଗିତା ରେ ରାଜ୍ୟର ଅନୁଗୁଳ, ରାୟଗଡା, ସମ୍ବଲପୁର, ସୋନପୁର ଓ କନ୍ଧମାଳ ଜିଲା ସମେତ ବିଭିନ୍ନ ଅଞ୍ଚଳର ୨୫ ଟିମ୍ ଭାଗ ନେଇଥିଲେ । ପ୍ରତିଯୋଗିତାରେ ଅନୁଗୁଳର ଅମ୍ଳାନ ପଟ୍ଟନାୟକ ଏବଂ ତନ୍ମୟ ସାହୁଙ୍କ ଯୋଡି ଚମ୍ପିଆନ ହୋଇଥିବା ବେଳେ ରନର୍ସ ଭାବରେ ଜୟପୁରରୁ ଆସିଥିବା ସିଦ୍ଧାର୍ଥ ଦେ ଓ ଡି. ମଣିକାନ୍ତଙ୍କ ଯୋଡ଼ି ରନର୍ସ ହୋଇଥିଲେ । ସେହିପରି ପୁରୀର ଅବିନାଶ ମଣ୍ଡଳ ଓ ତାଙ୍କ ସହଯୋଗୀ ତୃତୀୟ ସ୍ଥାନ ଓ ବଲାଙ୍ଗୀରର ମହମ୍ମଦ ଇରପାନ ଓ ଚିନ୍ମୟ ବେହେରା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଅସୋସିଏସନ ପକ୍ଷରୁ ଚମ୍ପିଆନ ଦଳକୁ ଚମ୍ପିଆନ ଟ୍ରଫି ସମେତ ୧୧ ହଜାର ଶହେ ଏଗାର ଟଙ୍କା ନଗଦ ରାଶି ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଜଳର୍ସ ବଳକୁ ୭ ହଜାର ସାତ ଶହ ୭୭ ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୪ ହଜାର ୪ ଶହ ୪୪ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳରୁ ୨ ହଜାର ୨ ଶଷ ୨୨ ଟଙ୍କା ନଗଦ ରାଶି ଓ ଟ୍ରଫି ପ୍ରଦାନ କରାଯାଇଛି । ଉଦଯାପନୀ ଦିବସରେ କ୍ରୀଡା ସଂସଦର ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ, ଜିଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାୟକ, ଜିଲା ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଆସୋସିଏସନ ର ସଭାପତି ପଦ୍ମଚରଣ ମହାନ୍ତି, ସମ୍ପାଦକ ସବ୍ୟସାଚୀ ଦଲାଲ୍, କୋଷାଧ୍ୟକ୍ଷ ରବି ନାରାୟଣ ପାତ୍ର ଏବଂ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ରେଫରି ଭାବେ ରୂପକ ମହାନ୍ତି ଓ ସବ୍ୟସାଚୀ ଦଲାଲ ଦାୟିତ୍ୱ ନିର୍ବାହ କରିଥିଲେ l

nis-ad
Leave A Reply

Your email address will not be published.