ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଘୁ. ଉଦୟିରି ବ୍ଲକ ସ୍ଥିତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ହରପ୍ରସାଦ ଭୋଇ ଜିଲ୍ଲା ମୁଖ୍ୟ ଅତିରିକ୍ତ ପ୍ରକଳ୍ପ ଅଧିକାରୀ, ଫୁଲବାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବୈକୁଣ୍ଠ ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଘୁ. ଉଦୟଗିରି, ଦୁର୍ଗା ପ୍ରସାଦ ସାହୁ, ଶିକ୍ଷକ, ମନୋରଞ୍ଜନ ପତି, ଅବସରପ୍ରାପ୍ତ ଶିକ୍ଷକ, ଫିଲିମନ ପ୍ରଧାନ, ପୂର୍ବତନ ସଭାପତି, ହୃଷିକେଶ ପ୍ରଧାନ, ସଭାପତି, ମୋ ସ୍କୁଲ୍ ଅଭିଯାନ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରଟିଙ୍ଗିଆ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।


ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମନୋଜ କୁମାର ତ୍ରିପାଠୀ ଅତିଥି ସ୍ବାଗତ କରିବା ସହିତ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।ବିଦ୍ୟାଳୟ ତରଫରୁ ନୂତନ ଭାବେ ପଦୋନ୍ନତି ହୋଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ନିଜର ଅନୁଭୂତି ପ୍ରକାଶ କରିଥିଲେ ।ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ଅତିଥିମାନଙ୍କ ଦ୍ଵାରା ଉଚ୍ଚ ଶିକ୍ଷା ପାଇଁ ଜୀବନ ରେ ଶାନ୍ତି ଶୃଙ୍ଖଳା, ସଂଯମତା ରକ୍ଷାକରିବା ଏବଂ ଜ୍ଞାନରୁପକ ଉପଦେଶ ଉଦାହରଣ ସ୍ୱରୂପ ଅଭିଭାଷଣ ଦେଇଥିବାବେଳେ ଜାତୀୟତା, ସାମାଜିକ ମୂଲ୍ୟବୋଧରେ ନୈକତା ଶିକ୍ଷା ଗ୍ରହଣ କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ।
ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ବ୍ୟତୀତ କିରାଣୀ ଜିତେନ୍ଦ୍ର କୁମାର ନାୟକ ଏବଂ ଅନ୍ୟ ଅତିଥିମାନେ ମଧ୍ୟ ନିଜର କାବ୍ୟକବିତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରିଛନ୍ତି।
ଦଶମ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଥିଲେ। ତତ୍ ସହିତ ମନରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ କବିତା, ସଙ୍ଗୀତ ଓ ନୃତ୍ୟ ପରିବେଷଣ କରୁଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଶେଷରେ ସଂସ୍କୃତ ଶିକ୍ଷକ ମନୋଜ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ପୃଷ୍ଟି, ଶିକ୍ଷୟତ୍ରୀ ରିତାଞ୍ଜଳୀ ପଣ୍ଡା ଓ ଅନ୍ୟମାନେ ସହିଯୋଗ କରିଥିଲେ।

nis-ad
Leave A Reply

Your email address will not be published.