ଘରୋଇ ସ୍କୁଲ ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର…


ହିଞ୍ଜିଳିକାଟୁ ୨୧।୩ହିଞ୍ଜିଳିକାଟୁ ଶେରଗବ ଥାନା ଅନ୍ତର୍ଗତ ରକ୍ତପଟା ଗ୍ରାମ ନିକଟରେ ଏକ ଘରୋଇ ସ୍କୁଲ ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଆହତ ହୋଇଥିବା ଖବର ମିଳିଛି। ମୃତକ ମହିଳା ଜଣକ ହେଲେ ସୋରଡା ଥାନା ନୂଆଗଡ ଗ୍ରାମର ଜିନତି ସେଠି ଓ ଆହତ ସ୍ବାମୀ ନାରାୟଣ ସେଠି। ଖବର ମୁତାବକ ନାରାୟଣ ଓ ତାଙ୍କ ସ୍ତ୍ରୀ ଜିନତି ନିଜ ଵାଇକ ଯୋଗେ ଭିଣୋଇ ଘର କରଡାକଣା ଵୁଲିବାକୁ ଆସିଥିଲେ। ନିଜ ଗ୍ରାମ ନୁଆଗଡ ଯିବା ସମୟରେ ରକ୍ତପଟା ଗ୍ରାମ ନିକଟରେ ବିପରୀତଦିଗରୁ ଆସୁଥିବା ଘରୋଇ ସ୍କୁଲ ବସ ନଂ ଓଡି୧୦ଏ୨୧୦୯ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ନାରାୟଣ ଙ୍କ ସ୍ତ୍ରୀ ଜିନତି ଙ୍କ ମୃତ୍ୟୁ ହୋଇଥିବା ଵେଳେ ନାରାୟଣ ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ଶେରଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଉଭୟ ଗୁଡିକୁ ଜଵତ କରିଥିଲା। ଏନେଇ ୧୫୧।୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

nis-ad
Leave A Reply

Your email address will not be published.