ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ, ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଜଙ୍ଗଲ ନିଆଁକୁ ଆୟତକରିବା ପାଇଁ ଗୁରୁତ୍ୱ

ମାଲକାନଗିରି,୨୧।୩ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ଖଣ୍ଡୀୟ ବନାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ଖଣ୍ଡୀୟ ବନାଧିକାରୀ ପ୍ରତାପ କତାପାଲ୍ଲୀଙ୍କ ତତ୍ୱାବଦାନରେ ଅନୁଷ୍ଠିତ ହୋଇ ଯାଇଛିା କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ କୁନ୍ଦନ ସିଂ, ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ରାମକୃଷ୍ଣ ଚୌଧୁରୀ, ସବୁଜ ବାହିନୀ ପ୍ରଶିକ୍ଷକ ଦୁର୍ଯ୍ୟୋଧନ ପାତ୍ର, ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ, ଅଧ୍ୟାପକ ରଂଜନ କୁମାର ସ୍ୱାଇଁ, ଯୋଗ ଦେଇଥିଲେ । ଏହାସହ ମାଲକାନଗିରି ଜିଲ୍ଲାର ସମସ୍ତ ବନାଂଚଳ ଅଧିକାରୀ, ବନପାଳ, ବନ ସଂରକ୍ଷଣ ସମିତିର କର୍ମକର୍ତା, ଆମ ଜଙ୍ଗଲ ଯୋଜନାର କର୍ମକର୍ତା, ମାନେ ଅଂଶଗ୍ରହଣ କରିଥିଲୋ ବିସେଷ କରି ଜାତି ସଂଘ ଦ୍ୱାରା ୨୦୧୨ ମାର୍ଚ ୨୧ ତାରିଖ ଦିନ ସାରା ବିଶ୍ୱରେ ଜଙ୍ଗଲ ସମ୍ପଦ, ବନ୍ୟଜନ୍ତୁଙ୍କ ସୁରକ୍ଷା, ଉପରେ ଗୁରୁତ୍ୱ ଦିଆ ଯାଇ ଜଙ୍ଗଲ ସମ୍ପଦ କିପରି ଜୀବ ଜଗତ ଓ ପ୍ରାଣୀ ଜଗତକୁ ବଂଚାଇ ରଖିଛି ସେ ସମ୍ବନ୍ଧରେ ଅତିଥିମାନେ ବକ୍ତବ୍ୟ ଦେବା ସହ ସାରା ବିଶ୍ୱରେ ଏକ କୋଟି ଷାଠିଏ ଲକ୍ଷ ଲୋକ କିପରି ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ଗୁରୁଜାଣ ମେଂଟାଉଛନ୍ତି, ପରିବେଶ ଉପରେ ଜଙ୍ଗଲ ପ୍ରବାବ, ଅମ୍ଲଜାନ ବୃଦ୍ଧି, ଜଙ୍ଗଲଜାତ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତି, ଏବଂ ବିଭିନ୍ନ ଘର ଉପକରଣ ମିଳିଥାଏ, କିନ୍ତୁ କାଳକ୍ରମେ ଜନସଂଖ୍ୟା ବୃଦ୍ଧି, ଉନ୍ନୟନ କା ର୍ଯ୍ୟରେ ଆମ ରାଜ୍ୟ ଏବଂ ଜିଲ୍ଲାରେ ଅନେକ ଜଙ୍ଗଲ କ୍ଷୟ ହେବାରେ ଲାଗିଛିା ଏହାକୁ ପୁରଣ କରିବା ପାଇଂ ଉଜୁଡା ଜଙ୍ଗଲର ସୁର କ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବନ୍ୟଜନ୍ତୁ ସୁ ର କ୍ଷା , ଜଙ୍ଗଲରୁ ନିଆଁ ଦାଉରୁ ରକ୍ଷା କରିବା, ଉପରେ ଗୁରୁତ୍ୱ ଦିଆ ଯାଇଥଇଲ।। ଜିଲ୍ଲାର ଶ୍ରେଷ୍ଠ ବନ ସଂରକ୍ଷଣ ସମିତି ଭେଜାଗୁଡା ଏବଂ ଆପନମାଲା ବିଦ୍ୟାଳୟକୁ ଶ୍ରେଷ୍ଟ ସବୁଜ ବାହିନ ବିଦ୍ୟାଳୟ ରୂପେ ଘୋଷଣା କରାଯାଇ ରାଜ୍ୟ ସରକାରଙ୍କ ତରଫରୁ ଉଭୟ ବିଦ୍ୟାଳୟର ବନ ସଂରକ୍ଷଣ ସମିତିର ଭେଜାଗୁଡା ସରପଞ୍ଚ ଭୀମସେନ ନାୟକଙ୍କୁ ୨୦ ହଜାର ଟଙ୍କାର ଚେକ୍ ଓ ଆପନମାଲା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ସ୍ଵାଇଁଙ୍କୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ ସହ ମାନପତ୍ର ପ୍ରଦାନ କରା ଯାଇଥିଲ।। ଏଥିସହ ମାଲକାନଗିରି ଜିଲ୍ଲାରେ ଛଅଟି ବନାଂଚଳରେ କୃତିତ୍ୱ ଅର୍ଜନ କରିଥଇବା କର୍ମଚାରୀଙ୍କୁ ଖଣ୍ଡୀୟ ବନାଧିକାରୀ ଶ୍ରୀ ପ୍ରତାପ ମାନପତ୍ର ଏବଂ ଉତରୀୟ ଦେଇ ସମ୍ମାନ କରିଥିଲେ ।

nis-ad
Leave A Reply

Your email address will not be published.