ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦଯାପିତ, ବ୍ୟବସାୟରେ ଫିକା ପକାଇଲା ଅଦିନିଆ ବର୍ଷା

ବ୍ରହ୍ମପୁର : ସ୍ଥାନୀୟ କେସି ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ୧୩ ତମ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ବ୍ରହ୍ମପୁର ଶାଖା ପରିଚାଳକ ଶଙ୍କର୍ଷଣ ବେହେରା ଯୋଗ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ଵ ବିଦ୍ୟାଲୟର ଅବସରପ୍ରାପ୍ତ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସପ୍ରାପ୍ତ ଅଧ୍ୟାପକ ପ୍ରଫେସର ସନ୍ତୋଷ କୁମାର ଦାସ ଯୋଗ ଦେଇଥିଲେ।

ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ଏ ମାଧବୀଲତା , ଡାକ୍ତର ରୁଦ୍ର ପ୍ରସାଦ ରଥ ମଞ୍ଚାସିନ ଥିଲେ। ଗତ ୫ ଦିନ ଧରି ଜାରି ରହିଥିବା ଏହି ମେଳାରେ ଆୟୁର୍ବେଦ ଔଷଧି ବ୍ୟବସାୟରେ ଫିକା ପକାଇଥିଲା ଅଦିନିଆ ବର୍ଷା। ବର୍ଷା କାରଣରୁ ଅନେକ ସମୟରେ ଆସୁଥିବା ଲୋକେ ଫେରି ଯିବାର ଦେଖିବାକୁ ମିଳିଥିଲା। ସେହିପରି ଚଳିତ ମେଳାରେ ବ୍ୟବସାୟ ରେ ଉତ୍ତମ ପଦର୍ଶନ ପାଇଁ ବେଷ୍ଟ୍ ସରକାରୀ ସଂସ୍ଥା ଭାବରେ ଓଡ଼ିଶା ବନ ଉନ୍ନୟନ ନିଗମ, ବେଷ୍ଟ ବୈଦ୍ୟ ଭାବେ କଟକର ବୈଦ୍ୟ ମହେଶ୍ୱର ମିଶ୍ର, ବେଷ୍ଟ ଏନ ଜି ଓ ଭାବେ ଖୋର୍ଦ୍ଧାର ଭବାନୀ ଚାରିଟେବଲ୍ ଟ୍ରଷ୍ଟ, ବେଷ୍ଟ ଉତ୍ପାଦକ ସଂସ୍ଥା ଭାବେ ମାନ୍ନା କୋଲ୍ଟ ପ୍ରେସ ଅଇଲ ବ୍ରହ୍ମପୁର, ବେଷ୍ଟ ଟ୍ରେଡର ଭାବେ ୟୋଗା ଫର୍ ଆୟ କୁ ସମ୍ମାନିତ କରିବା ସହ ମୋମେଣ୍ଟୋ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଏସିଏଫ ଡାକ୍ତର ରୁଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.