ରିଜର୍ଭ ବ୍ୟାଙ୍କର ଶ୍ରେଷ୍ଠ ଦଳପତି ଭାବେ ଶାନ୍ତନୁ ଦାସଙ୍କୁ ମିଳିଲା ସ୍ଵର୍ଣ୍ଣପଦକ

ଚିକିଟୀ : ରିଜର୍ଭ ବ୍ୟାଙ୍କର ଶ୍ରେଷ୍ଠ ଟିମ୍ ଲିଡର ଭାବେ ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ ବାସିନ୍ଦା ଶାନ୍ତନୁ ଦାଶ ମୁମ୍ବାଇ ଠାରେ ସମ୍ମାନିତ ହୋଇଛନ୍ତି । ମହାମାରୀ କୋଭିଡ୍ ସମୟ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ କର୍ମକ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ କରିଥିବା ଯୋଗୁଁ ବ୍ୟାଙ୍କ୍ ଗଭର୍ଣ୍ଣର ତାଙ୍କୁ ସ୍ଵର୍ଣ୍ଣପଦକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଚିକିଟୀ ବ୍ଲକ୍ କଳବାଡ଼ ପଞ୍ଚାୟତ ପାର୍ସାମ୍ବା ଗ୍ରାମର ଅବସରପ୍ରାପ୍ତ ନୌସେନା ଅଧିକାରୀ ପ୍ରଭାକର ଦାଶ ଓ ସୁଦେଷ୍ଟା ଦାସଙ୍କ ବଡ଼ପୁଅ ଶାନ୍ତୁନୁ ଦଶବର୍ଷ ହେଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଟିମ୍ ଲିଡର ଭାବେ କାର୍ଯ୍ୟରତ ଅଛନ୍ତି । ଶାନ୍ତୁନୁଙ୍କ ଏହି କୃତିତ୍ୱରେ ଚିକିଟୀ ଅଞ୍ଚଳ ରେ ଖୁସିର ଲହରି ଖେଳିଯାଇଛି । ଶାନ୍ତୁନୁ ହେଉଛନ୍ତି ଜୟପୁର ଜିଲ୍ଲା ଶିକ୍ଷ।ଧିକାରୀ ଗୌରାଙ୍ଗ ମିଶ୍ରଙ୍କ ଜ୍ବାଇଁ ଅଟନ୍ତି ।

nis-ad
Leave A Reply

Your email address will not be published.