କୁଡୁମୁଲୁଗୁମ୍ମା : କୁଡୁମୁଲୁଗୁମ୍ମା ନିକଟସ୍ଥ ପୁରୁଣାଗୁମ୍ମା ଠାରେ ମାଁ ଭୈରବୀଙ୍କ ମହାଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ସବୁ ବର୍ଷ ପରି ଚଇତ୍ର ମାସର ପ୍ରଥମ ମଙ୍ଗଳବାର ମାଁ ଭୈରବୀଙ୍କ ପବିତ୍ର ମହାଯାତ୍ରା ପାଳନ କରାଯାଇଥାଏ । ଏହି ଯାତ୍ରା ପାଇଁ ଏକ ମାସ ପୁର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ, ପ୍ରଥମେ କୁଡୁମୁଲୁଗୁମ୍ମା ଓ ଏହାର ଆଖପାଖ ଅଞ୍ଚଳର ପ୍ରସିଦ୍ଧ ଦେବୀ ଠାକୁରାଣୀ ମାନଙ୍କ ଉଦ୍ଦେଶ୍ୟରେ ନିମନ୍ତ୍ରଣ ଆଜ୍ଞାମାଳ ପହଞ୍ଚା ଯାଏ ଓ ଯାତ୍ରା ର ପୁର୍ବ ଦିନ ହିଁ ପ୍ରତ୍ୟେକ ମାତୃପିଠରୁ ଲାଠି ଶୋଭାଯାତ୍ରା ରେ ମାଁ ଙ୍କୁ ଆରାଧନା ସହ ମୁଖ୍ୟ ଗ୍ରାମ ଦେବତୀଙ୍କ ମନ୍ଦିରରେ ପୁଜାର୍ଛନା ପାଇଁ ସ୍ଥାପନ କରାଯାଏ ଓ ଯାତ୍ରା ଦିନ ସମସ୍ତ ଲାଠି ପୁରୁଣାଗୁମ୍ମା ପାହାଡ଼ କୋଳରେ ଅବସ୍ଥିତ ମାଁ ଭୈରବୀଙ୍କ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥାଏ । ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଏକତ୍ରିତ ହୋଇ ନିଜ ନିଜର ମାନସିକ କାମନା ପୂରଣ ପାଇଁ ପୁଜାର୍ଛନା କରନ୍ତି, ଯେଉଁଥିରେ ଦେବୀ ଭୈରବୀଙ୍କ ପୂଜା କାର୍ଯ୍ୟରେ ନିୟୋଜିତ ପୂଜାରୀ ମାନେ ବିଶେଷ ମନ୍ତ୍ର ପାଠ ସହ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିଥାନ୍ତି । ଆଜିର ଏହି ଯାତ୍ରା କୁ ସଫଳତାର ଆୟୋଜନ କରିବା ପାଇଁ କୁଡୁମୁଲୁଗୁମ୍ମା ଗ୍ରାମର, “ମା ଗ୍ରାମ ଦେବତୀ ସ°ଘର ମହିଳା କାର୍ଯ୍ୟକର୍ତ୍ତା” ଓ ପୁରୁଣାଗୁମ୍ମା “ମା ଭୈରବୀ କମିଟିର ସଦସ୍ୟ” ମାନେ ବିଶେଷ ଭାବେ ନିଜର ଦାୟିତ୍ଵ ସୁଚାରୁ ରୂପେ ନିର୍ବାହନ କରିଥିଲେ । ପ୍ରକାଶ ଥାଉକି ଏହି ବର୍ଷର ଯାତ୍ରାରେ ଦୁର ଦୁରାନ୍ତରୁ ଆସୁଥିବା ଜନ ସମାଗମ ଓ ଛୋଟ ପିଲାମାନଙ୍କ ମନୋରଞ୍ଜନ କୁ ଧ୍ୟାନ ଦେବା ସହ କୁଡୁମୁଲୁଗୁମ୍ମା ଝାଡେଶ୍ଵର ମନ୍ଦିର ନିକଟରେ ଏକ ବଡ଼ ମିନାବଜାର ଓ ଦୁଇଟି ଆଦିବାସୀ ନାଟକ ପରିବେଷଣ କରାଯାଇଥିଲା ଯାହାକୁ ଦର୍ଶକ ମନ ଭରି ଉପଭୋଗ କରିଥିବା ଦେଖିବାକୁ ମିଳିଛି । ଯାତ୍ରାକୁ ସୁ-ବ୍ୟବସ୍ଥିତ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ନିୟୋଜିତ ହୋଇଥିବା ବେଳେ, ହଠାତ୍ କିଛି ଅଘଟଣ ଘଟିଲେ ଏଥିରୁ ତୁରନ୍ତ ରକ୍ଷା ପାଇବା ନିମନ୍ତେ ଅଗ୍ନିଶମ କର୍ମଚାରୀମାନେ ମୁତୟନ କରାଯାଇଛି । ଆୟୋଜକ ମାନଙ୍କ ମଧ୍ୟରେ କୁଡୁମୁଲୁଗୁମ୍ମାର ରମେଶ ଚନ୍ଦ୍ର ନେଲୁର, ବୀର ପାତ୍ର, ସାରଙ୍ଗଧର ରାଉତ,କଣ୍ଟେଶ୍ ମାଝୀ, ଜୟରାମ ପାତ୍ର, ପୂଜାରୀଗୁଡା ର ନନ୍ଦ ପୂଜାରୀ,ଧନ ପୂଜାରୀ,ଧନ ହନ୍ତାଳ ଓ ବାସୁଦେବ ହନ୍ତାଳ ପ୍ରମୁଖ ମାଁ ଭୈରବୀ ଯାତ୍ରାର ସୁ ପରିଚାଳନା କରିଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.