ଜିଲ୍ଲା ଶ୍ରମ ଅଧିକାରୀ ସାଜିଛନ୍ତି ନିରବ ଦ୍ରଷ୍ଟା
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ହେଉଛି କେବିକେ ଅଞ୍ଚଳର ଏକ ସୀମାନ୍ତଵର୍ତ୍ତୀ ଅବହେଳିତ ବ୍ଲକ | ଏଠି ସରକାରୀ ବାବୁ ମାନଙ୍କୁ ନିରୀହ ସରଳ ଆଦିବାସୀମାନେ ଅତି ସହଜରେ ବିଶ୍ୱାସ କରିଥାନ୍ତି | କିନ୍ତୁ କେବିକେ ଜ଼ିଲ୍ଲାର ନିରୀହ ଅଧିବାସୀମାନଙ୍କୁ ଏହି ମୁଖା ପିନ୍ଧା ଭଦ୍ର ବାବୁମାନେ ସହଜେର ଶୋଷଣ କରି ଚାଲୁଛନ୍ତି |ଜିଲ୍ଲା ପ୍ରଶାସନ ସବୁ ଜାଣି ସୁଦ୍ଧା ନିରବ l ସୂଚନା ଅନୁଯାୟୀ, ରାଇପୁରରୁ ବିଶାଖାପାଟଣା ଯିବା ଭାରତ ମାଳା ରାସ୍ତାରେ ହିରିର ବଡେଲଡ଼ିହି ଗ୍ରାମ ପାଖରେ ଥିବା କ୍ୟାମ୍ପ ଅଧିନରେ ଇନ୍ଦ୍ରମଣି ନାୟକ ପିତା ଭିବି ନାୟକ କଣ୍ଟାକଟର ପାଖରେ ଡିସେମ୍ବର ପହିଲାରୁ ଫେବୃଆରୀ ୨୮ ଯାଏ ଦୀର୍ଘ ତିନି ମାସ ହେବ ଦିନ ମଜୁରିଆ ଭାବେ ନିରୀହ ସରଳ ଆଦିବାସୀ ମାନେ କାମ କରାଇ ଆସୁଥିଲେ | କିନ୍ତୁ ପରିତାପର ବିଷୟ ଏହିକିଯେ କଣ୍ଟ୍ରାକ୍ଟର ଏହି ମଜୁରିଆମାନଙ୍କ ପାରିଶ୍ରମିକ ପ୍ରାୟ ଆନୁମାନିକ ଏକ ଲକ୍ଷ ଶତାବନ ହଜାର (୧,୫୭୦୦୦) ଟଙ୍କା ଖାଇ ଚମ୍ପଟ ମାରିଛି ଯାହାକି ଟଙ୍କା ନ ପାଇ ଏହି ଦିନ ମଜୁରିଆ ମାନେ ନାହିଁ ନଥିବା ହନ୍ତସନ୍ତ ହୋଇ କାନ୍ଦୁଛନ୍ତି l ଯାହାକୁ ନେଇ ଅନେକ ଅଭିଯୋଗ କରାଯାଇଛି କିନ୍ତୁ ଜିଲ୍ଲା ଶ୍ରମ ଅଧିକାରୀ ଧୃତରାଷ୍ଟ ସାଜି ଛନ୍ତି, ନିରୀହ ଶ୍ରମିକ ମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଠିକାଦାର କୁ ଘଣ୍ଟ ଘୋଡାଇ ବା ଅଭିଯୋଗ ହେଉଛି l ସୂଚନା ଥାଉକି ସମ୍ପୃକ୍ତ
ଠିକାଦାର ସମସ୍ତ କାମ କରି ସାରିବା ପେର ମଜୁରିଆମାନେ ଟଙ୍କା ମାଗିବାରୁ ଆଜି ମିଳିବ କାଲି ମିଳିବ କହି ଠିକାଦାର କହି ଚାଲିଲା, ଵିଲ ମିଳି ନାହିଁ କହି ଠକି ଚାଲିଲା ମଜୁରିଆମାନ ଏହି ସମ୍ପର୍କ ରେ ଅଭିଯୋଗ ଏବଂ ନିଜ ଦୁଃଖ ଜଣାଇଲେ ମଧ୍ୟ ସରକାରୀ ବାବୁ ମାନେ କୌଣସି ସାହାଯ୍ୟ କରିବାକୁ ନାରାଜ | ସେଠାରେ କାର୍ଯ୍ୟ ରତ ଅନ୍ୟ ଠିକାଦାର ମାନେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ଦେଉ ନାହାନ୍ତି କି ସାହାଯ୍ୟ ର ବାଟ ଵି ଦେଖାଉ ନାହାନ୍ତି l ଠିକାଦାରଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ମଜୁରିଆ ଦାଦନ ଶ୍ରମିକର ଫୋନ କଲକୁ ଗୁରୁତ୍ୱ ଦେଉନାହାନ୍ତି l ଶ୍ରମିକ ମାନେ ନିରୁପାୟ ହୋଇ ଶେଷରେ କାମ୍ପ ଅଫିସକୁ ଯାଇ ସେଠାରେ ଥିବା କିରାଣୀ ଓ ଡିପୁଟି ମ୍ୟାନେଜରଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇବାରୁ, ଜାଣି ପାରିଲେ ଯେ ଠିକାଦାର ଇନ୍ଦ୍ରମଣି ନାୟକ କାମ ଛାଡ଼ି ପଳାଇଛନ୍ତି l ଉକ୍ତ କିରାଣୀ ଓ ଡିପୁଟି ମ୍ୟାନେଜର କଣ୍ଟାକଟର ର ସମସ୍ତ ଡାଟା ର ଅବିକଳ ନକଲ ଦେଇ କହିଲେ ତାଙ୍କ ନାମରେ କେସ କରିବାକୁ, ସେଠାରୁ ଏହି ପରି କଥା ଶୁଣି ପିଣ୍ଟୁ ଗଣ୍ଡ, ଧନପତ ଗଣ୍ଡ, ସମନାଥ ଗଣ୍ଡ, ଜୈତ ରାମ ଗଣ୍ଡ, ଯୋଗୀ ଗଣ୍ଡ, ମଙ୍ଗଳ ଗଣ୍ଡ, ଶ୍ରୀରାମ ଗଣ୍ଡ, ମଣିରାମ ଗଣ୍ଡ, ଶିବ ଗଣ୍ଡ, ରାଜକୁମାର ଗଣ୍ଡ, ଚଣ୍ଡରୁ ଗଣ୍ଡ, ଛବି ଗଣ୍ଡ, ବଳରାମ ଗଣ୍ଡ, ବିସନାଥ ଗଣ୍ଡ, ବୁଟେଲ ଗଣ୍ଡ, ବିଧାନ ବିଶ୍ୱାସ ଓ ପରିମଳ ଗମସ୍ତା ସମସ୍ତେ ମିଳିତ ଭାବେ ସୀମାନ୍ତଵର୍ତ୍ତୀ କୁନ୍ଦେଇ ଥାନାର ଦ୍ଵାରସ୍ତ ହୋଇ (୧୨/୦୩/୨୦୨୩) ରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଭାରପ୍ରାପ୍ତ କୁନ୍ଦେଇ ଥାନା ଅଧିକାରୀ ତଦନ୍ତ ପରେ ପ୍ରକ୍ରୁତ ଘଟଣାଟିର ପର୍ଦାଫାସ ହେବ ଓ ନିରୀହ ଆଧିବାସୀମାନଙ୍କ ବକେୟା ଟଙ୍କା ଠିକାଦାରଙ୍କୁ ଠାରୁ ପାଇପାରିବେ କିପରି ସେ ବିଷୟରେ ଧ୍ୟାନ ଦିଆ ଜିବ ବୋଲି କହିଛନ୍ତି ଯାହାକୁ ନେଇ ନିରୀହ ମଜୁରିଆ ମାନେ ଆଶା ରଖିଛନ୍ତି l ଏଥି ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ନିରୀହ ଆଦିବାସୀ ଖଟିଖିଆ ଦିନ ମଜୁରିଆ ଙ୍କ ଟଙ୍କା କିଭଳି ଫେରି ପାଇବେ ବ୍ୟବସ୍ଥା କରାଯିବା ସହିତ ସମ୍ପୃକ୍ତ ଠିକାଦାର ଙ୍କୁ ଗିରଫ କରାଯାଉ ବୋଲି ଅଞ୍ଚଳର ବୁଦ୍ଧି ଜୀବି ଓ ସାଧାରଣ ରେ ଦାବି ହେଉଛି