କୂଅରୁ ବାଲ୍‌ଟି କାଢିବାକୁ ଯାଇ ୧୬ ବର୍ଷ ବୟସର ବାଳକର ମୃତ୍ୟୁ

ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡ଼ା ପଞ୍ଚାଏତ ଡେଙ୍ଗାତୋଟାଗୁଡ଼ାରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି |
ସୂଚନା ଅନୁଯାୟୀ ଡେଙ୍ଗାତଟାଗୁଡା ଗାଁର ଶ୍ରୀ ବାଗୀ ଭତ୍ରା ଓ ତାଙ୍କ ପୁଅ ରମେଶ ଭତରା ଯାର ବୟସ ୧୬ ବର୍ଷ ନିଜ ଗାଁ ପାଖରେ ଥିବା ଏକ କୁଅରେ ଗାଧୋଇବା ସମୟରେ ବାପାଙ୍କ ହାତରୁ ପାଣି କାଢିବା ବେଳେ ବାଲଟି ଅସାବଧାନତା ଯୋଗୁଁ କୁଅରେ ପଡ଼ିଯାଇଥିଲା | ଏହା ଦେଖି ପୁଅ ରମେଶ ବାଲ୍ଟିଟି କାଢିବା ପାଇଁ କୁଅରେ ଓଲ୍ଲେଇ ଆଉ ଉପରକୁ ଶତ ଚେଷ୍ଟା କରି ମଧ୍ୟ ଉଠି ପାରି ନ ଥିଲେ ।

ଏହା ଦେଖି ବାପା ପାଟି କରିବାରୁ ମା ସାନ ଭାଇ ଦୌଡ଼ି ଆସି ଉଦ୍ଧାର କରିବାକୁ ଯାଇ ଦେଖିଲା ବେଳକୁ ରମେଶ କୁଅ ପାଣିରେ ଭାସୁଛି । ଏହି ଖବର ସାହିରେ ପ୍ରଚାର ହେଲା ମାତ୍ରେ ଗ୍ରାମର ଲୋକ କାଳ ବିଳମ୍ବ ନ କରି ସମସ୍ତେ ଆସି ରମେଶକୁ କୁଅରୁ ବାହାର କରି ତୁରନ୍ତ ନବରଙ୍ଗପୁର ମେଡିକାଲରେ ପଠାଇଥିଲେ କିନ୍ତୁ ଡାକ୍ତର ରମେଶକୁ ପରୀକ୍ଷା କରି ଦେଖିଲା ବେଳକୁ ସେ ମୃତ୍ୟୁ ବରଣ କରି ସାରିଥିଲେ।

nis-ad
Leave A Reply

Your email address will not be published.